କଟକ: କଟକ ସହରରେ ଫଗୁ ଦଶମୀଠାରୁ ଆରମ୍ଭ ହୋଇଯାଇଛି ରାଧାକୃଷ୍ଣଙ୍କ ମେଲଣ। ଆଜି ଦୋଳ ପୂର୍ଣ୍ଣିମା ରହିଥିବା ବେଳେ ୭୨ ସଂକୀର୍ତ୍ତନ ମଣ୍ଡଳ ପକ୍ଷରୁ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି।
ଆଜି ସକାଳେ ଦୋଳମୁଣ୍ଡାଇ ରଥ ପଡ଼ିଆ ଠାରେ ସମସ୍ତ ଦୋଳ ବିମାନ ଏକାଠି ହେବାପରେ ଏକ ଶୋଭାଯାତ୍ରାରେ ବାହାରି ସାଆନ୍ତ ସାହି, ବଜ୍ରକବାଟି ରୋଡ, ମାଳି ସାହି, ଶିକାରୀ ସାହି, ରାଣୀହାଟ ବଜାର, ମଙ୍ଗଳାବାଗ, ନୂଆପଟଣା, ମାଛୁଆ ବଜାର, ମଣି ସାହୁ ଛକ, ବେପାରୀ ସାହି, କୁମ୍ଭାର ସାହି ଅତିକ୍ରମ କରି ବଢ଼େଇ ସାହି ସ୍ଥିତ ୭୨ ମଠ ଠାରେ ପହଞ୍ଚି ମେଲଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୭୨ ସଂକୀର୍ତ୍ତନ ମଣ୍ଡଳୀ ଆବାହକ ଦେବେନ୍ଦ୍ରନାଥ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ସାହିର ମୁରବିମାନେ ଉପସ୍ଥିତ ରହିଥିଲେ।