ଚା’ ଖଟିରେ ଲୋକଙ୍କ ସହ ଯୋଡିହେଲେ ଅପରାଜିତା

ରଘୁନାଥପୁର: ବିଜେପିର ହେଭିୱେଟ୍ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ଥିବା ବେଳେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସାଂସଦ ଅପରାଜିତା ଷଡଙ୍ଗୀ ଘରକୁ ଘର ବୁଲିଛନ୍ତି। ଏମିତିକି ସବୁବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାରେ ପାରଙ୍ଗମ ଅପରାଜିତା ଆଜି ଚା ଖଟିରେ ଅଟକି ଭୋଟରଙ୍କ ସହ ଯୋଡ଼ି ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ସେ ଆଜି ପ୍ରଚାରରେ ଯାଉଥିବା ବେଳେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଶାଖା ସମ୍ମୁଖରେ ଓହ୍ଲାଇ ରବୀନ୍ଦ୍ର ରଣାଙ୍କ ଚା’ ଦୋକାନରେ ୫ମିନିଟ ରହିଥିଲେ। ସେଠାରେ ଚା’ ପିଇ ସ୍ଥାନୀୟ ଲୋକଙ୍କ ମନଜିଣି ନେଇଥିଲେ। ତାଙ୍କୁ ଦେଖିବାକୁ ଓ ପଦେ କଥା ହେବାକୁ ବହୁ କର୍ମୀ ଓ ସ୍ଥାନୀୟ ଲୋକଙ୍କ ଭିଡ ଲାଗିଯାଇଥିଲା।

ସେଠାରେ ସେ ଚା ପିଇ ତାରିଫ୍‌ କରିଥିଲେ। ରଘୁନାଥପୁର ବ୍ଲକର ଚାନ୍ଦପୁର, ସାଦେଇପୁର, ପୁରୁଣା ବସନ୍ତା, ଅଢେଇକୂଳ, ରାଢଙ୍ଗ, ରେଡୁଆ ଆଦି ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରଚାର କରିଥିଲେ। ଅପରାଜିତାଙ୍କ ସହ ପ୍ରଚାରରେ ବିଜେପି ନେତା ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ମହାରଣା, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଲ୍ଲିକ, ବିଜେପି ଯୁବନେତା ସୁବୋଧ କୁମାର ବାରିକ, ଯୁବନେତା ସୁବୋଧ କୁମାର ଜେନା, ବିଜେପି ନେତା ନିର୍ମଳ କୁମାର ମହାପାତ୍ର, ସୁବାସ ଜେନା, ଯୁବନେତା ବିଶ୍ବଜିତ ମହାନ୍ତିଙ୍କ ସମେତ ବହୁ ବିଜେପି ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର