ଚର୍ଚ୍ଚାରେ କଟକର ମୋନାଲିସା: ଅଙ୍ଗାରରେ ଆଙ୍କିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର

କଟକ: କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ଅଞ୍ଚଳର ମୋନାଲିସା ପୃଷ୍ଟି ଏବେ ଚର୍ଚ୍ଚାରେ। ତାଙ୍କର ବୟସ ଏବେ ୨୧ ବର୍ଷ| ଗଣେଶ ପୃଷ୍ଟି ଓ ଅମିତା ପୃଷ୍ଟିଙ୍କ ଝିଅ ମୋନାଲିସା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବିଟେକର ଛାତ୍ରୀ।

ମୋନାଲିସା ଚାରକୋଲ ବା ଅଙ୍ଗାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର ଆଙ୍କି ଏନଆରଆରଆଇ ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଅପେକ୍ଷା କରିବା ସହ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ତାଙ୍କୁ ଚାରକୋଲରେ ରାଷ୍ଟ୍ରପତିଙ୍କ ଚିତ୍ର ଆଙ୍କିବା ପାଇଁ ୪ ଘଣ୍ଟା ସମୟ ଲାଗିଥିଲା  ବୋଲି ସେ କହିଛନ୍ତି। ବିନା କୌଣସି ପ୍ରଶିକ୍ଷଣରେ ଏହି ଚିତ୍ର ଆଙ୍କିଥିବା ମୋନାଲିସା କହିଛନ୍ତି ।

 

ସମ୍ବନ୍ଧିତ ଖବର