ବାଙ୍କୀ: ମହାନଦୀର ସୁବର୍ଣ୍ଣପୁର ଘାଟରୁ ଶହେରୁ ଉର୍ଦ୍ଧ୍ବ ନାଗମୂର୍ତ୍ତି ଉଦ୍ଧାର ହୋଇଛି। ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ଜାଲରେଏହି ମୂର୍ତ୍ତି ପଡ଼ିଥିଲା। ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି। ଶହେରୁ ଅଧିକ ନାଗମୂର୍ତ୍ତି ସହିତ ମହାଦେବଙ୍କ ବାହନ ନନ୍ଦୀ ଓ ଭୃଙ୍ଗୀଙ୍କ ପ୍ରତିମା ମଧ୍ୟ ଉଦ୍ଧାର ହୋଇଛି। ମୂର୍ତ୍ତି ଦେଖିବାକୁ ମହାନଦୀ ପଠାରେ ଜନ ସମାଗମ ହୋଇଛି।
ମହାଶିବରାତ୍ରୀ ଅବସରରେ ଏହି ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର ହୋଇଥିବା ବେଳେ ଏହାକୁ ଦେଖିବାକୁ ନଦୀପଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ଼ ଜମିଛି।