କଟକ: ମଧୁସୂଦନ ଆଇନ କଲେଜ ଆସନ୍ତା ୨୮ ତାରିଖ ଅର୍ଥାତ ମଧୁ ଜୟନ୍ତୀରୁ ବିଶ୍ବବିଦ୍ୟାଳୟରେ ପରିଣତ ହେବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତ ଜାରି କରାଯାଇଛି। ଗତବର୍ଷ ଜୁନ୍ ୧୧ତାରିଖରେ ଏମ୍ଏସ୍ ଲ’ କଲେଜକୁ ଆଇନ ବିଶ୍ବବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର ଏହା ବିଭିନ୍ନ କାରଣ ଯୋଗୁଁ ବିଳମ୍ବ ହୋଇଥିଲା।
ତେବେ ଚଳିତମାସ ୨୮ ତାରିଖରେ ଏହାକୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟ ଘୋଷଣା କରାଯିବ। ଏହା ଅଧିନରେ ଓଡ଼ିଶାର ୨୧ରୁ ଅଧିକ ଆଇନ୍ କଲେଜ ରହିବ ବୋଲି ଏମ୍ଏସ୍ ଲ’ କଲେଜ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Madhusudan-Law-College-Cuttack.png)