ଆଠଗଡ: ପୁର୍ବ ଶତ୍ରୁତାରୁ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ବିଚାର କରି ସୋମବାର ଆଠଗଡର ଅତିରିକ୍ତ ଜିଲ୍ଲା ଦୌରାଜଜ ଆସାମୀମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ତିଗିରିଆ ବ୍ଲକର ଗଦାଧରପୁର ପଞ୍ଚାୟତର ସରପଞ୍ଚ ଶରତ ସ୍ୱାଇଁଙ୍କ ସମେତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି ଅଦାଲତ।

Advertisment

ଘଟଣାରୁ ପ୍ର୍ରକାଶ ଯେ ୨୦୧୨ ମସିହା ଏପ୍ରିଲ୍‌ ୫ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମର ରଘୁନାଥ ମନ୍ଦିରରୁ ସକାଳ ୯ ଘଟିକା ସମୟରେ ଉକ୍ତ ଗ୍ରାମର ପ୍ରଦୀପ ରାଉତ ସାଇକେଲ ଯୋଗେ ବ୍ରତ ପାଳନ ନିମନ୍ତେ ଯାଉଥିବା ସମୟରେ ଶଗଡିଆ ସାହିର ଏକ ନଳକୂପ ନିକଟରେ ସେହି ଗ୍ରାମର କାର୍ତିକ ରାଉତ ଓ ଦିବାକର ରାଉତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ ସହ ଶରତ ସ୍ୱାଇଁ, ବିଶ୍ୱନାଥ ମହାପାତ୍ର, ବଲ୍ଲଭ ମହାପାତ୍ର , କାଳନ୍ଦି ରାଉତ , ସନ୍ତୋଷ ରାଉତ , ପବିତ୍ର ରାଉତ, ରୁପ ମହାପାତ୍ର ଓ ଶତ୍ରୁଘ୍ନ ରାଉତ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଳିତ ଭାବେ ଖଣ୍ଡା , ଭୁଜାଲି ଓ ଠେଙ୍ଗା ଦ୍ୱାରା ମରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ । ଉକ୍ତ ଘଟଣା ଘଟୁଥିବା ସମୟରେ ପ୍ରଦୀପଙ୍କ ସ୍ତ୍ରୀ ,ଭାଉଜ. ବାପା ,ମା ବଡ ଭାଇ ଦେଖୁଥିଲେ ମଧ୍ୟ ଭୟଭୀତ ହୋଇ ଘଟଣାସ୍ଥଳକୁ ଯାଇପାରି ନଥିଲେ । ତତ୍‌ ପରେ ତିଗିରିଆ ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ଜିପ୍‌ ଯୋଗେ ପ୍ରଦୀପଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନା ଓ ଅବସ୍ଥା ଗୁରୁତର ହେବାରୁ ଆଠଗଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସଂପର୍କରେ ପ୍ରଦୀପର ଭାଉଜ ସତ୍ୟଭାମା ରାଉତ ତିଗିରିଆ ଥାନାରେ ଲିଖିତ ଅଭି୍େ‌ଯାଗ କରିଥିଲେ ।

ସୋମବାର ଏହି ମାମଲାକୁ ବିଚାର କରି ଆସାମୀମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ।