କଟକ: କଟକରେ ପୁଣି ଗୁଡ଼ି ସୂତା ଲାଗି ଜଣଙ୍କର ବେକ କଟିଯାଇଛି | ଆଜି କାଠଯୋଡି ବ୍ରିଜ ଉପରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଆହତ ବ୍ୟକ୍ତିଜଣକ ହେଉଛନ୍ତି ଅକ୍ଷୟ ମହାପାତ୍ର |

Advertisment

ସେ କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଯାଉଥିବାବେଳେ ଗୁଡ଼ି ସୂତା ତାଙ୍କର ବେକରେ ଲାଗିଯାଇଥିଲା ଯାହାଫଳରେ ତାଙ୍କର ବେକରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରଯାଇଛି। ସେ ଏବେ ସୁସ୍ଥ ଅଛନ୍ତି। ଉଲ୍ଲେଖ ଥାଉ କି କଟକରେ ଗୁଡି ସୂତା ଲାଗି ଆହତ ହେବା ଏହା ଚତୁର୍ଥ ଘଟଣା।