ଅପରାଧ ଛାଡ, ନହେଲେ କଟକ ଛାଡ: ଅପରାଧୀଙ୍କୁ କିଛି ଏଭଳି ଚେତାବନୀ ଶୁଣାଇଲେ ନବନିଯୁକ୍ତ କଟକ ଡିସିପି

କଟକ: କମିସନରେଟ ପୁଲିସର କଟକ ଡିସିପି ଭାବେ ଆଜି ପିନାକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି ଯେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ଦାୟିତ୍ୱ ନେଇ ବହୁତ ଖୁସି ଲାଗୁଛି | ବିଶେଷ କରି ଅପରାଧ ନିୟନ୍ତ୍ରଣ ସହ ପର୍ବପର୍ବାଣୀରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କିଭଳି ସୁଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେନେଇ ଦୃଷ୍ଟି ଦେବି | ସେହିପରି ଲୋକଙ୍କ ଅଭିଯୋଗର କିଭଳି ଶୀଘ୍ର ଶୁଣାଣି ହୋଇପାରିବ, ଟ୍ରାଫିକ ସମସ୍ୟା ଓ ସାଇବର ଅପରାଧକୁ ଗୁରୁତ୍ୱ ଦିଆଯିବ | ସେହିପରି ଅପରାଧୀଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଯେ ଅପରାଧ ଛାଡ ନଚେତ କଟକ ଛାଡ | ଅପରାଧ କରି କଟକରେ ରହିହେବ ନାହିଁ ବୋଲି ସେ ଶୁଣାଇଦେଇଛନ୍ତି |

ସମ୍ବନ୍ଧିତ ଖବର