ବସ୍ତିପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ସିଏମ୍‌ସିର ନୂଆ ଯୋଜନା, ଥିଙ୍କିଙ୍ଗ୍ ଜୋନ୍‌ ମାଧ୍ୟମରେ ବସ୍ତିର ପରିଚୟ କେନ୍ଦ୍ରରେ ଦିଆଯିବ ଶିକ୍ଷା

କଟକ: ଥିଙ୍କିଙ୍ଗ୍ ଜୋନ୍‌ ସାମାଜିକ ସଂଗଠନ ଓ ସିଏମ୍‌ସିର ମିଳିତ ସହଯୋଗରେ ସହରର ବସ୍ତି ଓ ଗରିବ ପିଲାଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଥମରୁ ୫ ଶ୍ରେଣୀରେ ପଢୁଥିବା ଛୋଟ ପିଲାଙ୍କୁ ଶିକ୍ଷା ଦାନ କରାଯିବ। ଯେଉଁଥିରେ କୌତୁକିଆ ପ୍ରଣାଳୀରେ ଶିକ୍ଷାଦାନ କରାଯାଇ ପିଲାଙ୍କ ମଧ୍ୟରେ ଗାଣିତିକ ଓ ଭାଷାଗତ ଶିକ୍ଷାର ମୂଳଦୁଆ ପକାଯିବ। ଉକ୍ତ ଥିଙ୍କିଙ୍ଗ୍ ଜୋନ୍‌ ଫେଲୋସିପ୍ କାର୍ଯ୍ୟକ୍ରମରେ ବସ୍ତିରେ ଥିବା ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଯେଉଁ ଯୁବକ ଓ ଯୁବତୀ ତାଙ୍କ ଅଞ୍ଚଳର ଛୋଟ ପିଲାଙ୍କ ପାଇଁ କିଛି କରିବାକୁ ଇଛା କରୁଥିବେ ସେହିପରି ଯୁବକଯୁବତୀଙ୍କୁ ଏଥିରେ ସାମିଲ କରାଯିବ। ଅନ୍‌ ଲାଇନ୍ ଓ ଅଫ୍‌ ଲାଇନ୍‌ ମୋଡରେ ସେମାନଙ୍କୁ ସଂଗଠନ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବ।

ଥିଙ୍କିଙ୍ଗ୍ ‌େଜାନ୍‌ର ଆପ୍‌କୁ ପ୍ରଶିକ୍ଷଣ ନେଉଥିବା ଶିକ୍ଷିତ ଯୁବକଯୁବତୀ ଅପ୍‌ଲୋଡ୍‌ କରି ଛୋଟ ପିଲାଙ୍କୁ କିପରି ସହଜରେ ପଢାଇ ହେବ ତାହା ଉପରେ ଜ୍ଞାନ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ସିଏମ୍‌ସିର ୩ଟି ବସ୍ତି ଯଥା ନିମପୁର, ବାଲିସାହି ଓ କଠଯୋଡି ବସ୍ତିରେ ଏହା ଆରମ୍ଭ କରାଯିବ। ପରେ ‌୬ମାସ ମଧ୍ୟରେ ସହରର ସମସ୍ତ ବସ୍ତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗତ ଭାବେ ଶିକ୍ଷା ପ୍ରଦାନ କରାଯାଉ ଥିବା‌ ବେଳେ ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଶିକ୍ଷାଦାନ କରାଯିବ। ଏଥିରେ ପିଲାଙ୍କ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ବ ଦିଆଯିବ। ବସ୍ତିର ପରିଚୟ କେନ୍ଦ୍ରରେ ସଂଗଠନରୁ ପ୍ରଶିକ୍ଷଣ ନେଇଥିବା ସ୍ଥାନୀୟ ଯୁବକ ଓ ଯୁବତୀ ସେମାନଙ୍କ ସାହି ଓ ବସ୍ତିର ଗରିବ ପିଲାଙ୍କୁ ପଢାଇବେ। ସମାଜର ବିଭିନ୍ନ ‌େକ୍ଷତ୍ରରୁ ଆସିଥିବା ୨୦ଜଣ ଉଚ୍ଚଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ନେଇ ଥିଙ୍କିଙ୍ଗ୍ େଜାନ୍‌ ପ୍ରତିଷ୍ଠା କରାଯାଇଛି। ସଂଗଠନ ବସ୍ତି ଓ ଗରିବ ପରିବାରର ଛୋଟ ପିଲାଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ କାମ କରୁଛି ବୋଲି ଏହାର ପ୍ରତିଷ୍ଠାତା ବିନାୟକ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର