ବାବୁସାନ୍‌-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଗୀତ, ‘ଓଡ଼ିଆ ସିନେମା କାହାକୁ ନେଇ….’

କଟକ: ଷ୍ଟାର ଦମ୍ପତି ବାବୁସାନ ମହାନ୍ତି, ତୃପ୍ତି ଶତପଥୀ ଓ ବାବୁସାନ୍‌ଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଆଜି ଏକ ଗୀତ ରେକର୍ଡିଂ ହେବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଓଡ଼ିଆ ସିନେମା କାହାକୁ ନେଇ… ନାମରେ ଲିଖିତ ଏହି ଗୀତ କଟକର ରାଜାବଗିଚା ଲେବର କଲୋନି ଠାରେ ଥିବା ଏସ୍‌ ଏସ୍‌ ଷ୍ଟୁଡିଓରେ ଆଜି ରେକର୍ଡ ହୋଇଛି। ଗୀତିକାର ବିଭୁତି ସ୍ୱାଇଁ ଏହି ଗୀତକୁ ଲେଖିବା ସହ ମ୍ୟୁଜିକ ଓ କଣ୍ଠଦାନ ମଧ୍ୟ  କରିଛନ୍ତି। ଆସନ୍ତାକାଲି ଏହି ଗୀତ ବିଭୁତି ସ୍ୱାଇଁ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବାକୁ ଯାଉଛି।

ଗୀତ ରେକର୍ଡିଂ କରି ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ଏପରି ଏକ ପ୍ରୟାସ କରିଛନ୍ତି ଗୀତିକାର କହିବା ସହିତ ସିନେ ଇଣ୍ଡଷ୍ଟ୍ରିରେ ଘଟୁଥିବା ବାଦବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ଗୀତ ମାଧ୍ୟମରେ  ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଓଡ଼ିଆ ସିନେ ଜଗତରେ ଏଭଳି ଅନେକ ଘଟଣା ଯୋଗୁଁ ଦର୍ଶକମାନେ ପୂର୍ବ ପରି ଆଉ ଓଡ଼ିଆ ସିନେମାକୁ ପସନ୍ଦ କରୁ ନାହାନ୍ତି। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ସେ ‌ଏଭଳି ଏକ ଛୋଟ ପ୍ରୟାସ କରିଛନ୍ତି ବୋଲି ବିଭୁତି କହିଛନ୍ତି।

ସମ୍ବନ୍ଧିତ ଖବର