ଅଖତାର୍‌ ଖାଁଙ୍କୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ହାଜର ପାଇଁ ଏନ୍‌ଆଇଏର ନୋଟିସ ଜାରି

କଟକ: ଆତଙ୍କବାଦୀ ସଂଗଠନ ସହିତ ଲିଙ୍କ ସନ୍ଦେହରେ କଟକ ଜିଲ୍ଲା କିଶନନଗର ଥାନା ସାମନ୍ତରାପୁର ବାସିନ୍ଦା ଅଖତାର ଖାଁଙ୍କୁ ବୁଧବାର ୧୨ଘଣ୍ଟା ମାରାଥନ ଜେରା କରାଯିବା ପରେ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନୋଟିସ ଜାରି କରିଛି। ମିଳିଥିବା ସୂଚନା ଅନୁସାରେ ଏନ୍‌ଆଇଏ ଅଖତାର୍‌ ଖାଁଙ୍କୁ ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆଗାମୀ ଡିସେମ୍ବର ୪ରେ ହାଜର ହେବା ପାଇଁ ନୋଟିସ ଜାରି କରିଛି। ସନ୍ଦେହ ହେବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଅଖତାର୍‌ଙ୍କ ଭଡ଼ା ଘର ଉପରେ ଚଢ଼ାଉ କରି ମାରାଥନ ଜେରା କରିଥିଲା। ପରେ ଆତଙ୍କବାଦୀ ସଂଗଠନ ସହ କୌଣସି ସୂଚନା ନମିଳିବାରୁ ଛାଡି ଦେଇଥିଲା। ଛାନ୍‌ଭିନ୍‌ ବେଳେ ପୁଲିସ ପାସପୋର୍ଟ, ବ୍ୟାଙ୍କ ଆକାଉଣ୍ଟସ୍‌ ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ଜାଞ୍ଚ କରିଥିଲା।

ସମ୍ବନ୍ଧିତ ଖବର