କରୋନାର କରୁଣ ଚିତ୍ର : ନିଆଳିରେ କାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ; ସାମ୍ବାଦିକ କଲେ ସଂସ୍କାର

କଟକ: ସଂକ୍ରମଣ ଭୟରେ କେହି ଛୁଇଁଲେନି ମୃତଦେହ। ମହାମାରୀ କରୋନାକୁ ଭୟକରି କାନ୍ଧ ଦେବାରୁ ଦୂରେଇ ଗଲେ ଆତ୍ମୀୟ। କରୋନା କାଳରେ ଏପରି କରୁଣ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳି ଅଞ୍ଚଳରୁ। ଏପରି ସମୟରେ ଜୀବନକୁ ଖାତିର ନକରି ଆଗକୁ ଆସିଲେ କିଛି ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ତହସିଲଦାର ଓ ସ୍ଥାନୀୟ ସରପଂଚ ।
ନିଆଳି ବ୍ଲକ କୃଷ୍ଣପ୍ରସାଦ ପଂଚାୟତର ସାରଣା ପାରିବସ୍ତ ଗାଁର ନରେନ୍ଦ୍ର ପ୍ରଧାନ ନାମକ ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ଧରି ଜରରେ ପୀଡିତ ଥିଲେ। ଗତକାଲି ତାଙ୍କ ଦେହ ଅସୁସ୍ଥ ହେବା ପରେ ସେ ଆଖି ବୁଜିଥିଲେ । ଶବ ଉଠାଇବାକୁ କେହି ଆସିନଥିଲେ ଆଗକୁ । ଘରେ ସେମିତି ପଡ଼ିରହିଥିଲା ଶବ। ଖବର ପାଇ ନିଆଳି ତହସିଲଦାର ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଶବଦାହ ବ୍ୟବସ୍ଥା କରିଥିଲେ । ଏଥିରେ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି। ସମସ୍ତେ ପିପିଇ କିଟ୍ ପିନ୍ଧି ମୃତ ନରେନ୍ଦ୍ରଙ୍କ ଘର ଠାରୁ କିଛି ଦୂରରେ ଥିବା ତାଙ୍କ ଜମିରେ ଅନ୍ତିମ ସଂସ୍କାର କରିଥିଲେ ।

 

ସମ୍ବନ୍ଧିତ ଖବର