ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ

କଟକ: କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେଲେ ନାହିଁ ସ୍ୱାସ୍ଥ୍ୟକର୍ମୀ । ଟିକା ବର୍ଜନ କରିବା ସହ ଗଣଧାରଣ‌ା ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପୁୁନଃ ନିଯୁକ୍ତି ଦାବି କରି ଟିକା ନେଲେ ନାହିଁ ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । ସେମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଂଟରରେ କାମ କରୁଥିଲେ ।

ଜରୁରୀ ସମୟରେ ସରକାର ସେମାନଙ୍କୁ ନିଯୁକ୍ତ ଦେଇଥିଲେ, କିନ୍ତୁ ସ୍ଥିତି ନିୟନ୍ତ୍ରଣ ହେବା ପରେ ତାଙ୍କୁ ଚାକିରିରୁ ବାହାର କରିଦେଲେ । ଏଯାଏଁ ବକେୟା ଦରମା ଦେଇ ନାହାନ୍ତି । ତେଣୁ ଟିକା ବର୍ଜନ କରିଛନ୍ତି  ସରକାରଙ୍କ କରୋନା ଟିକା ତାଲିକାରେ ଥିବା ସ୍ୱାସ୍ଥ୍ୟକର୍ମୀମାନେ ।

ସମ୍ବନ୍ଧିତ ଖବର