କଟକ: କଟକ ବଡ଼ଡାକ୍ତରଖାନା ନେଫ୍ରୋଲୋଜି ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ପଦବି ଖାଲି ପଡ଼ିଛି। ଫଳରେ ହେପାଟୋଲୋଜି ବିଭାଗୀୟ ମୁଖ୍ୟଙ୍କୁ ଏହି ବିଭାଗର ଦାୟିତ୍ବ ଦିଆଯାଇଛି। ସେ ନିଜ ବିଭାଗ ସହ ନେଫ୍ରୋଲୋଜି ବିଭାଗ ବି ଦେଖୁଛନ୍ତି। କେବଳ ଏସ୍ସିବି ନୁହେଁ, ଭୀମ୍ସାର୍ ମେଡିକାଲ କଲେଜରେ ବି ସମାନ ଚିତ୍ର। ୪ ବର୍ଷ ହେଲା ନାହାନ୍ତି ପ୍ରଫେସର କି ଡାକ୍ତର। ନାଁକୁ ମାତ୍ର, କେବଳ କାମଚଳା ଢଙ୍ଗରେ ଚାଲିଛି ବ୍ୟବସ୍ଥା। ଏପଟେ ଦିନକୁ ଦିନ କିଡ୍ନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ମେଡିକାଲ କଲେଜଗୁଡ଼ିକରେ ଏଭଳି ବିଶେଷଜ୍ଞ ମରୁଡ଼ି ସମସ୍ୟା ପାଇଁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ବାଧ୍ୟ ହୋଇ ଘରୋଇ ହସ୍ପିଟାଲରେ ଅଧିକ ଖର୍ଚ୍ଚରେ ଚିକିତ୍ସିତ ହେଉଛନ୍ତି।
Hon'ble CM, Odisha
Sir ,
The nephrology department of SCB medical college, Cuttack is the oldest department catering to the patients suffering from kidney related diseases and provides services to the highest number of patients suffering from such diseases in the whole state.— Dilip Mallick (@DilipMallick68) December 7, 2021
ଏ ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଇଟ୍ କରି ଏସ୍ସିବି ନେଫ୍ରୋଲୋଜି ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସରକାର ଆଦୌ ଅଣଦେଖା ନକରି ତୁରନ୍ତ ପ୍ରଫେସର ଓ ଖାଲି ଥିବା ପଦ ପୂରଣ କରନ୍ତୁ। କାରଣ ଏସ୍ସିବିର ଏହି ବିଭାଗ ଉପରେ ସାରା ରାଜ୍ୟର ରୋଗୀ ନିର୍ଭର କରୁଛନ୍ତି। ଚିକିତ୍ସା ନମିଳିଲେ ରୋଗୀ ବାଧ୍ୟ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେବେ ଓ ଶୋଷଣର ଶିକାର ମଧ୍ୟ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ବିଭାଗରେ ସମସ୍ତ ୩ଟି ପ୍ରଫେସର ପଦବି ଖାଲି ପଡିଛି। ସେହିପରି ଜଣେ ଆସୋସିଏଟ୍ ପ୍ରଫେସର ପଦ ମଧ୍ୟ ଖାଲି। ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା ହେଲେ ଅଛନ୍ତି ଦୁଇ ଜଣ। ଏସ୍ଆର, କନିଷ୍ଠ ଡାକ୍ତରଙ୍କ ଭରସାରେ ଚାଲିଛି ବିଭାଗ।