କଟକ: ଦେଶର ଲୋକପ୍ରିୟ ଫ୍ୟାସନ୍ ବ୍ଲଗର ତଥା କଟକ ଝିଅ ଶ୍ବେତା ଚୌଧୁରୀ ଆନ୍ତର୍ଜାତିକ ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇବାର ଗୌରବ ଅର୍ଜନ କରିଛନ୍ତି। ଫେସ୍ବୁକ୍ ପକ୍ଷରୁ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଧରି ଆୟୋଜିତ ‘ଫୁଏଲ୍ ଫର୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଶ୍ବେତା ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ଭାରତର ଅଗ୍ରଗତିରେ ଫେସ୍ବୁକ୍ର ଭୂମିକା ବିଷୟରେ ଆଲୋଚନା ହୋଇଥିବା ବେଳେ ଏଥିରେ ଇନ୍ଷ୍ଟାଗ୍ରାମ୍ ସମଗ୍ର ଦେଶରୁ ୫ଜଣ ବିଶିଷ୍ଟ ବ୍ଲଗରଙ୍କୁ ନିମନ୍ତ୍ରିତ କରିଥିଲା। ଜଣେ ସୃଜନାତ୍ମକ ବ୍ଲଗର ଭାବେ ଶ୍ବେତା ଏଥିରେ ଅଂଶଗ୍ରହଣ କରି ନୂତନ ଚିନ୍ତାଧାରାକୁ ଅନନ୍ୟ ଶୈଳୀରେ ଇନ୍ଷ୍ଟାଗ୍ରାମରେ ପ୍ରକାଶ କରିଥିଲେ।
/sambad/media/post_attachments/wp-content/uploads/2020/12/SATYA-BHAI-16B113716-1.jpg)
ଶ୍ବେତାଙ୍କ ଉପସ୍ଥାପନା ସମ୍ମିଳନୀରେ ଉପସ୍ଥିତ ଫେସ୍ବୁକ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମାର୍କ ଜୁକେରେ ବର୍ଗ, ଫେସ୍ବୁକ୍ର ମୁଖ୍ୟ ସଂଚାଳନା ଅଧିକାରୀ ସେରିଲ୍ ସାଣ୍ଡବର୍ଗ, ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ଅସିମ୍ ୱାରିସ୍ଙ୍କୁ ବିଶେଷ ପ୍ରଭାବିତ କରିଥିଲା। କାର୍ଯ୍ୟକ୍ରମରେ ଶ୍ବେତା ଓଡ଼ିଶାରେ କିଭଳି ଜଣେ ଫ୍ୟାସନ୍ ବ୍ଲଗର ଭାବେ ଯାତ୍ରା ଆରମ୍ଭ କରିଛନ୍ତି ସେ ବିଷୟରେ ନିଜ ମାତୃଭାଷା ଓଡ଼ିଆରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ।
ଶ୍ବେତା ଚୌଧୁରୀ ହେଉଛନ୍ତି କଟକ ସହର ବିଶିଷ୍ଟ ଶିକ୍ଷାବିତ ଚୌଧୁରୀ ସତ୍ୟ ଦାସ ଓ ଶିକ୍ଷାବିତ ମଞ୍ଜୁଶ୍ରୀ ଶାସ୍ତ୍ରୀଙ୍କ କନ୍ୟା। କଟକ ପାଣିବପବନରେ ବଢ଼ିଥିବା ଶ୍ବେତା ଫ୍ୟାସନ୍ କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିସାରିଛନ୍ତି। ଏହା ମଧ୍ୟରେ ସେ ୟାସ୍ରାଜ୍ ସିନେମା, ଟିଭିଏଫ୍, ମ୍ୟାକ୍, ହାର୍ଲି ଡାଭିଡ୍ସନ୍, ମାର୍କ ଆଣ୍ଡରସନ୍ ଭଳି ଶହେରୁ ଅଧିକ ପ୍ରଭାବଶାଳୀ ବ୍ରାଣ୍ଡ ପାଇଁ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ସଂପ୍ରତି ଶ୍ବେତା ଓଡ଼ିଶା ଟୁରିଜିମ୍ର ଇକୋ ରିଟ୍ରିଟ୍ ପ୍ରସାର ପାଇଁ କାମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Sweta-in-Fuel-For-India_Thumbnail.jpg)