କଟକ: କରୋନା କାଳରେ ଦୀର୍ଘ ୧୦ ମାସ ପରେ ଆଜି ରିଲିଜ ହେଲା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ରୋମିଓ ରାଜା’। ଏହା ଏବର୍ଷର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। କ‌ୋଭିଡ କଟକଣା ଭିତରେ ଚଳଚ୍ଚିତ୍ରର ଦେଖିବାର ଏକ ନିଆରା ଅନୁଭୂତି ‌ପାଇଛନ୍ତି ଦର୍ଶକ। କଟକ ବୃନ୍ଦାବନ ସିନେମା ହଲ ଠାରେ ଆଜି ରିଲିଜ ହୋଇଛି ଏହି ଚଳଚ୍ଚିତ୍ର। ତେବେ କୋଭିଡ଼ କଟକଣା ଅନୁଯାୟୀ ଦର୍ଶକ ଫିଲ୍ମ ଦେଖିଛନ୍ତି।

Advertisment

ହଲରେ ପହଞ୍ଚିବା ପରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଦର୍ଶକଙ୍କୁ ପେପର ଟିକେଟ୍ ଦିଆଯିବ ନାହିଁ‌, ଟିକେଟ କିଣିବା ପାଇଁ କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ ସୁବିଧା କରାଯାଇଛି। ମୋବାଇଲ ମେସେଜରେ ଆର୍ଲଟ ହେବ ସିଟ୍‌, ଫିଲ୍ମ ଦେଖଇବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ହଲର ବିିଭନ୍ନ ସ୍ଥାନରେ ରହିବ ହ୍ୟାଣ୍ତ ସାନିଟାଇଜର, ଗ‌ୋଟିଏ ସିଟ୍‌ ବ୍ୟବଧାନରେ ବସିବେ ଦର୍ଶକ, ହଲରେ ଏସିର ତାପମାତ୍ରା ୨୪ ରୁ ୩୦ ଡିଗ୍ରି ରହିବ, ହଲରେ ଭେଣ୍ଟିଲେଟର, ବ୍ୟବସ୍ଥା ରହିବା ବାଧ୍ୟତା ମୂଳକ କରାଯାଇଛି। ଗୋଟିଏ ସୋ’ ସରିବା ପରେ ସିନେମା ହଲ୍ ସାନିଟାଇଜ ହେବ। ଏହାଛଡ଼ା  କାଉଣ୍ଟରରେ କେବଳ ପ୍ୟାକେଟ ଖାଦ୍ୟ ମିଳିବ।