‌ଆଦିବାସୀ ଦିବସରେ ରିଲିଜ୍‌ ହେଲା ଗୀତ, ଝୁଲ୍‌ରେ ଓଡ଼ିଶା ଝୁଲ୍‌, ଆମ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଝୁଲ୍‌

କଟକ: ଆଜି ବିଶ୍ବ ଆଦିବାସୀ ଦିବସ। ଆଦିବାସୀ ମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆଜିର ଦିନକୁ ଆଦିବାସୀ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଏହି ଆଦିବାସୀ ଦିବସ ଓ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ରେକର୍ଡ ହୋଇଛି ଏକ ଗୀତ। ଏହି ଗୀତରେ ଆଦିବାସୀ ମାନଙ୍କ କଥା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀକୁ ଦର୍ଶାଇ ଗୀତଟିକୁ ପ୍ରସ୍ତୁତ କରିଛନ୍ତି ଯୁବ କଣ୍ଠଶିଳ୍ପୀ ସରୋଜ ଜେନା। ଗୀତଟିରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଠାରୁ ଏପର୍ଯ୍ୟନ୍ତର ସମସ୍ତ କଥାକୁ ଉଲ୍ଲେଖ କରାଯାଇଛି। ଏପରିକି ତାଙ୍କ ବାପା ମାଆ ଓ ସହଯୋଗୀଙ୍କ ନାମ ମଧ୍ୟ ରହିଛି ଏହି ଗୀତରେ। ଆଜି ଆଦିବାସୀ ଦିବସ ରହିଥିବାବେଳେ ଏହି ଗୀତଟିକୁ ମିକ୍ସ ଷ୍ଟୁଡ଼ିଓ ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି। ଗୀତ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଇରଙ୍ଗପୁର ବିଜେପି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୀବ ମହାନ୍ତି, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ମିକ୍ସ ଷ୍ଟୁଡ଼ିଓ ଓଡ଼ିଆ ଚ୍ୟାନେଲ ପ୍ରଯୋଜକ ପି. ଆର।

କଟକର ଲିଙ୍କରୋଡ଼ ଠାରେ ଥିବା ପଞ୍ଚମୁଖୀ ଷ୍ଟୁଡିଓରେ ‘ଝୁଲ୍‌ରେ ଓଡ଼ିଶା ଝୁଲ୍‌, ଆମ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଝୁଲ୍‌’ ଗୀତ ରେକର୍ଡିଂ ହୋଇଥିବା ବେଳେ ଗୀତଟିକୁ ଗୀତିକାର ବିଭୂତି ସ୍ବାଇଁ ଓ ମଧୁ ମହନ୍ତ‌ ଲେଖିଛନ୍ତି। ସ୍ବର ସଂଯୋଜନା କରିଛନ୍ତି ପିଣ୍ଟୁ ଦାସ। ଗୀତଟି ମିଳିତ ଭାବେ ଓଡିଆ ଏବଂ ଆଦିବାସୀ ଭାଷାରେ ପ୍ରସ୍ତୁତ ହେବା ସହ ଏଥିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସରୋଜ‌ ଜେନା ଓ ନୟନ ମହନ୍ତ। ଗତକାଲି ରାତିରେ ମୁଁ ଏହି ଗୀତ ବିଷୟରେ ଅବଗତ ହୋଇଥିଲି ଯେ ଦ୍ରୌପଦୀ ମୁର୍ମୁ ଦିଦିଙ୍କ ବିଷୟରେ ଏକ ଗୀତ ଲେଖାଯାଇଛି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଗୀତ ପ୍ରସାରିତ ହେବ ବୋଲି କହିଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ।

ସମ୍ବନ୍ଧିତ ଖବର