କଟକ: ଟୋକିଓ ଅଲମ୍ପିକ୍ସରେ ପ୍ରଦର୍ଶନ ହେବ ଓଡ଼ିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା। ଏଭଳି ଏକ ନିଆରା ପ୍ରୟାସ କରିଛି ଇଣ୍ଡିଆନ କଣ୍ଟେମ୍ପରାରି ଆର୍ଟିଷ୍ଟ ଆସୋସିଏସନ। ଟୋକିଓ ଅଲମ୍ପିକ୍ସର ମେମୋରିଆଲ ହଲ ଠାରେ ଏହି ଚିତ୍ରକଳା ପ୍ରତ୍ୟେକ ଦିନ ପ୍ରଦର୍ଶନ କରାଯିବ। ଏ ନେଇ ରାଜ୍ୟ ତଥା ରାଜ୍ୟ ବାହାରରୁ ୫୫ ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ରକଳାକୁ ଚୟନ କରାଯାଇଛି। କଟକ ମଧୁପାଟଣାରେ ବାସ କରୁଥିବା ସଂଜୀବ ବିଶ୍ୱାଳଙ୍କ ବୟସ ୪୨ ବର୍ଷ। ସେ ଇଣ୍ଡିଆନ କଣ୍ଟେମ୍ପରାରି ଆର୍ଟିଷ୍ଟ ଆସୋସିଏସନର ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ଚଳିତବର୍ଷ ଟୋକିଓ ଅଲମ୍ପିକ୍ସରେ ହେବାକୁ ଥିବା ବିଭିନ୍ନ ପ୍ରକାରର କ୍ରୀଡାକୁ ଚିତ୍ରକଳା ପ୍ରଦର୍ଶନୀ ‘ଅଲମ୍ପିଆ’ ଭରଚୁଆଲ ଭାବେ ଆୟୋଜନ କରୁଛନ୍ତି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରୁ ୭୨ ଜଣ ଚିତ୍ରଶିଳ୍ପୀ ଯୋଗ ଦେଇ ଟୋକିଓ ଅଲମ୍ପିକ୍ସରେ ହେବାକୁ୍ଥିବା କ୍ରୀଡ଼ାକୁ ଚିତ୍ର ମାଧ୍ୟମରେ ପରିବେଷଣ କରିଥିବା ବେଳେ ୫୫ ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ର ଚୟନ କରାଯାଇଥିଲା। ଏ
ହି ‘ଅଲମ୍ପିଆ’ ଭରଚୁଆଲ କାର୍ଯ୍ୟକ୍ରମ ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବାବେଳେ କ୍ରୀଡ଼ାବିତ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଚିତ୍ରଶିଳ୍ପୀଙ୍କ ଚିତ୍ର ଚୟନ କରିଛନ୍ତି। ତେବେ କଟକରୁ ୨୬, ଭୁବନେଶ୍ବରରୁ ୬, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶରୁ ୨୧ ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ର ଚୟନ କରାଯାଇଛି। ଚିତ୍ରଗୁଡ଼ିକ ଚୟନ ହେବା ପରେ ଶ୍ରୀ ବିଶ୍ୱାଳ ଟୋକିଓ ଅଲମ୍ପିକ୍ସ କମିଟି ସହ ଯୋଗାଯୋଗ କରି ଏହି ପ୍ରସ୍ତାବ ଦେଇଥିବା ବେଳେ ଉକ୍ତ କମିଟି ମଧ୍ୟ ପ୍ରସ୍ତାବକୁ ସ୍ୱାଗତ କରିବା ସହ ସମସ୍ତ ଚିତ୍ରଗୁଡ଼ିକୁ ଏକ ଭିଡି଼ଓ ଜରିଆରେ ପଠାଇବା ପାଇଁ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2021/07/IMG-20210724-WA0026061844-300x232.jpg)
ଗତକାଲି ଠାରୁ ଉଦଘାଟନ ହୋଇଥିବା ଟୋକିଓ ଅଲମ୍ପିକ୍ସରେ ଉକ୍ତ ଚିତ୍ରଗୁଡ଼ିକ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ମେମୋରିଆଲ ହଲ୍ ଠାରେ ପଦର୍ଶିତ ହେବ। ଏ ନେଇ ସଂଜୀବ ବିଶ୍ୱାଳ କହିଛନ୍ତି ଯେ, ଗତବର୍ଷ ଏହି ଚିତ୍ରକଳା ପରିବେଷଣ କରିବାକୁ ଲକ୍ଷ୍ୟ ରଖି ଥିବାବେଳେ କରୋନା ଯୋଗୁଁ ଅଲମ୍ପିକ୍ସ ବନ୍ଦ ହୋଇଥିଲା। ସେଥିପାଇଁ ଚଳିତବର୍ଷ ଅଲମ୍ପିକ୍ସ ପାଇଁ ଗତବର୍ଷ ଠାରୁ ସମସ୍ତ ପ୍ରୟାସ ଆରମ୍ଭ କରିଥିଲି। ସମସ୍ତ ଚିତ୍ରଶିଳ୍ପୀଙ୍କ ସହ ଯୋଗାଯୋଗ କରି 'ଅଲମ୍ପିଆ' ଭରଚୁଆଲ ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ଚିତ୍ର ଚୟନ କରାଯାଇଛି। ଓଡ଼ିଆ ଚିତ୍ରକଳାର ମାନବୃଦ୍ଧି କରାଇବା ହିଁ ତାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।