ଓଜେଏସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି : ୪୩ଟି ପଦବି, ଜାନୁଆରି ୧୩ରେ ପ୍ରିଲିମିନାରୀ

କଟକ : ଓଡ଼ିଶା ବିଚାରବିଭାଗୟୀ ସେବା(ଓଜେଏସ୍‌) ପରୀକ୍ଷା, ୨୦୧୮ ଲାଗି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪୩ଟି ପଦବି ପୂରଣ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅନ୍‌ ଲାଇନ୍‌ ଆବେଦନ ଦାଖଲ ପାଇଁ ୨୦୧୮, ଅକ୍ଟୋବର ୨୫ ହେଉଛି ଶେଷ ତାରିଖ। ୨୦୧୯, ଜାନୁଆରି ୧୩ରେ ଓଜେଏସ୍‌ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପରେ ମୁଖ୍ୟ ଲିଖିତ ପରୀକ୍ଷା ୨୦୧୯, ମାର୍ଚ୍ଚ ୧୦ରୁ ଆରମ୍ଭ ହେବା ପାଇଁ ଯୋଜନା ରହିଛି ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର