ଆଣ୍ଡାମାନ୍‌ରେ କଟକ ନୃତ୍ୟଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

କଟକ: ଆଣ୍ଡାମାନରେ ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ କଟକର ନୃତ୍ୟାନୁଷ୍ଠାନ ‘ସୁର୍‌ମନ୍ଦିର’ର ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି। ଓଡ଼ିଶୀ ନୃତ୍ୟଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁ ଓ ‘ସୁରମନ୍ଦିର’ ଅନୁଷ୍ଠାନର ୩୦ଜଣ ଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେଠାରେ ଏହି ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ କର୍ମଶାଳାରେ ଭାଗ ନେଇଥିଲେ।

କର୍ମଶାଳାରେ ନୃତ୍ୟଗୁରୁ ଶ୍ରୀମତୀ ସାହୁ ନୃତ୍ୟଶିକ୍ଷା ଉପରେ ତାଲିମ ଦେଇଥିଲେ। ଆଣ୍ଡମାନର କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିମନ୍ତ୍ରଣ ପାଇ ଅନୁଷ୍ଠାନର ସଂପାଦିକା ଗୁରୁ ଜ୍ୟୋତ୍ସ୍ନା ସାହୁ ଓ ତାଙ୍କ ଟିମ୍‌ ସେଠାକୁ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର