କଟକ: ମଙ୍ଗଳବାର ହେଉଛି ଧନତେରାସ। ଏଥିପାଇଁ ପ୍ରତ୍ୟେକ ଗହଣା ଦୋକାନ ଏବ˚ ଇଲେକ୍ଟ୍ରୋନିକ୍ସ ଦୋକାନ ଗୁଡ଼ିକରେ ଭଳିକି ଭଳି ଅଫର ରଖାଯାଇଛି। କେଉଁଠି ଗଢା ମଜୁରି ଉପରେ ରିହାତି ମିଳୁଛି ତ ଆଉ କେଉଁଠି କ୍ୟାସବ୍ୟାକ ଅଫର ଦିଆଯାଇଛି। ସବୁ ବର୍ଷ ତୁଳନାରେ ଏଥର ଧନତେରାସ ବଜାରରେ ଅଧିକ ଅଫର ବର୍ଷା କରାଯାଇଛି। ତେଣୁ ବ୍ୟବସାୟ ପୂର୍ବ ବର୍ଷ ତୁଳନାରେ ଏଥର ଭଲ ହେବ ବୋଲି ବ୍ୟବସାୟୀମାନେ ଆଶାବାଦୀ ଅଛନ୍ତି।
ରାଧାଗୋବିନ୍ଦ ରାୟ ଆଣ୍ତ ଗ୍ରାଣ୍ତସନ୍ ଜୁଏଲର୍ସ
ସୁନା ଗଢ଼ା ମଜୁରି ଉପରେ ଗ୍ରାମ୍ ପିଛା ୫୪୯ ଟଙ୍କା ଛାଡ୍
କୋଭିଡ୍ ପ୍ରୋଟୋକଲ ପାଳନ କରାଯାଉଥିବାରୁ, ଗ୍ରାହକମାନଙ୍କ ଗହଳି ଯେପରି ଅଧିକ ନହେବ, ସେଥିପାଇଁ ଵଟି˚ ରୁମ୍ ରଖାଯାଇଛି। ପୂର୍ବ ଦିନମାନଙ୍କରେ ଧନତେରାସ୍ରେ ଅଧିକ ଗହଳି ହେଉଥିଲା, ତେଣୁ ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଧନତେରାସ ସ୍କିମ୍କୁ ୩୧ ଅକ୍ଟୋବରରୁ ୭ ନଭେମ୍ବର ପର୍ଯ୍ୟନ୍ତ ରଖାଯାଇଛି। ଏହି ଅଫର ମଧ୍ୟରେ ସୁନାର ଗଢା ମଜୁରି ଉପରେ ପ୍ରତି ଗ୍ରାମ ପିଛା ୫୪୯ ଟଙ୍କା ସିଧାସଳଖ ଛାଡ୍ କରାଯିବ। ଏହାବ୍ୟତୀତ ସୁନା କିଣା ଉପରେ ମାସିକିଆ ସ୍କିମ୍ ରଖାଯାଇଛି। ସେହିପରି ଡାଏମଣ୍ତ ଗହଣାର ଦର ଉପରେ ୧୦ ପ୍ରତିଶତ ଛାଡ୍ କରାଯିବ। ଗତବର୍ଷ ତୁଳନାରେ ଏଥର ସମୟର ପ୍ରତିବନ୍ଧକ ବ୍ୟବସାୟୀଙ୍କ ପାଇଁ ସ୍ବଭାବିକ ରହିଛି। ବ୍ୟବସାୟ ହେଉଥିବା ସମୟକୁ ଅନୁମତି ମିଳିଥିବାରୁ ବ୍ୟବସାୟ ଭଲ ହେବା ନେଇ ଆମେ ଆଶାବାଦୀ। ପୁଣି ମେ ଓ ଜୁନ୍ ମାସରେ ବାହାଘର ଏତେ ହୋଇନାହିଁ। ସେସବୁ ନଭେମ୍ବର, ଡିସେମ୍ବର ବେଳକୁ ହେବ। ତେଣୁ ଲୋକମାନେ ଅଫର ସମୟରେ ସୁନା କିଣିବାକୁ ଚାହିଁ ବସିଛନ୍ତି। ତେଣୁ ବ୍ୟବସାୟ ଭଲ ହେବ।
ସୌରଭ୍ ରଏ
ପାତ୍ର ଇଲେକ୍ଟ୍ରୋନିକ୍ସ
ପ୍ରତି ସାମଗ୍ରୀ ଉପରେ କ୍ୟାସ୍ବ୍ୟାକ୍ ମିଳିବ
ଯେକୌଣସି ସାମଗ୍ରୀ କିଣିଲେ ୨ ହଜାର ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ ମିଳିବ। ଏହି ଅଫର ଏଲ୍ଇଡି ଟିଭି, ଏସି, ଫ୍ରିଜ୍, ଵାସି˚ ମେସିନ୍, ଫର୍ଣ୍ଣିଚର ଉପରେ ଲାଗୁ ହେବ ଏବ˚ ସକାଳ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ବୈଧ ରହିବ। ଏହାବ୍ୟତୀତ ଏସି କିଣିଲେ ଇନଭର୍ଟର ବ୍ୟାଟେରି ମାଗଣାରେ ମିଳିବ। ଏହାବାଦ୍ ଏଲ୍ଇଡି ଟିଭି ସିହତ ମୋବାଇଲ୍ ଫୋନ୍, ଫ୍ରିଜ୍ ସହିତ ଆକ୍ବାଗାର୍ଡ ଓ ଷ୍ଟାଡି˚ ଫ୍ୟାନ୍, ଵାସି˚ ମେସିନ୍ ସହିତ ଗିଜର, ଡିନର ସେଟ୍, ଆଇରନ୍ ଏବ˚ ଓଭନ୍ ସହିତ ଗ୍ୟାସ୍ ଚୁଲା ଗିଫ୍ଟ ମିଳିବ। ମୋବାଇଲ୍, ଲ୍ୟାପଟପ, କ୍ୟାମେରା ଉପରେ ୧୫ ପ୍ରତିଶତ ଛାଡ୍ ହୋଇଥିଲା ବେଳେ ୧୦ ପ୍ରତିଶତ କ୍ୟାସବ୍ୟାକ ମିଳିବ। ପୁରୁଣା ବ୍ୟବହୃତ ସାମଗ୍ରୀକୁ ବଦଳାଇ ନୂଆ କିଣିଲେ ସେଥିରେ ୧୦୦ ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଦିଆଯିବ। ଏସବୁ ବ୍ୟତୀତ ପ୍ରତି ମାସକୁ ୪୯୯୦ ଟଙ୍କା ଦେଇ ଏସି, ଵାସି˚ ମେସିନ୍, ଏଲ୍ଇଡି ଟିଭି, ଫ୍ରିଜ୍ କିଣି ହେବ। ଯେଉଁମାନେ ବଜାଜ୍ କାର୍ଡ ରଖିଥିବେ ସେମାନଙ୍କୁ ନିଶ୍ଚିତ ଉପହାର ସହିତ ଅତିରିକ୍ତ କ୍ୟାସବ୍ୟାକ ଦିଆଯିବ। ଫର୍ଣ୍ଣିଚର କିଣା ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଇଏମଆଇରେ ସାମଗ୍ରୀ କିଣିଲେ ଗୋଟିଏ ମାସର ଇଏମ୍ଆଇ ଛାଡ୍ କରାଯିବ। କୋଭିଡ୍ ଗାଇଡ୍ଲାଇନ୍କୁ ପାଳନ କରାଯିବା ସହ ଗହଳି ନିୟନ୍ତ୍ରଣ କରିବାକୁ ଅତରିକ୍ତ ସୁରକ୍ଷାକର୍ମୀ ନିୟୋଜିତ ହେବେ।
କୈଳାସ ପାତ୍ର
ରାଜଲକ୍ଷ୍ମୀ ଜୁଏଲର୍ସ
ରୂପା ଗହଣାରେ ଆକର୍ଷଣୀୟ ଉପହାର ରହିଛି
ରୂପା ଗହଣାରେ ୫୦୦୦ ଟଙ୍କା ଉପରକୁ ସାମଗ୍ରୀ କିମ୍ବା ଗହଣା କିଣିଲେ ଆକର୍ଷଣୀୟ ଉପହାର ବ୍ୟବସ୍ଥା ରହିଛି। ଏଥିସହ ଫ୍ୟାସନ୍ ଜୁଏଲାରି ଉପରେ ୨୦ ପ୍ରତିଶତ ଛାଡ୍ କରାଯାଇଛି। ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଫର ଚାଲିବ। କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା ବେଳେ ଅଧିକ ଗହଳି ନହେବା ପାଇଁ ପଦକ୍ଷେପ ନିଆଯାଇଛି।
ଗୀତାଞ୍ଜଳି ରାଏ
ଗୁପ୍ତା ଡିଷ୍ଟ୍ରିବ୍ୟୁଟର
କ୍ରେଡିଟ୍ କାର୍ଡ ବ୍ୟବହାରୀଙ୍କୁ ୩ ହଜାର ଟଙ୍କା ଛାଡ୍ ମଳିବ
ଗୁପ୍ତା ଡିଷ୍ଟ୍ରିବ୍ୟୁଟରର ସମସ୍ତ ଷ୍ଟୋର୍ରେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷରୁ ଅଧିକ କ୍ୟାସବ୍ୟାକ ପ୍ରଦାନ କରାଯାଇଛି। ସେହିପରି ସୋନା ଚାନ୍ଦି ଅଫର ମଧ୍ୟରେ ୧୮ ହଜାର ଟଙ୍କାର କ୍ୟାସବ୍ୟାକ୍ ଦିଆଯାଇଛି। ଇଏମ୍ଆଇରେ ଗୋଟିଏ ମାସ ଛାଡ୍ କରାଯାଇଥିଲା ବେଳେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୩ ହଜାର ଟଙ୍କା ଛାଡ୍ କରାଯାଉଛି। ଓଡ଼ିଶାରେ ଥିବା ସମସ୍ତ ଷ୍ଟୋର୍ରେ ଏହି ଅଫର ଦିଆଯାଉଛି। ଏକ ସ୍ବତନ୍ତ୍ର ଅଫର ମଧ୍ୟରେ ଧନତେରାସ ପାଳନ କରାଯିବାକୁ ସ˚ସ୍ଥା ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଷ୍ଟୋର୍ର ବିଶେଷଜ୍ଞମାନେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବା ପାଇଁ ଅପେକ୍ଷାରେ ଥିବାବେଳେ ପୁରୁଣା ସାମଗ୍ରୀ ବଦଳ ଉପରେ ରିହାତି ଅଫର ରଖାଯାଇଛି।
ରାଜେଶ ଗୁପ୍ତା
ଉତ୍କଳ ଜୁଏଲର୍ସ
ଗଢ଼ା ମଜୁରିରେ ୩୦ ପ୍ରତିଶତ ରିହାତି
କୋଭିଡ୍ ନିୟମ ପାଳନ କରାଯିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଗହଳି ନକରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଯିଏ କିଣିବେ ତାଙ୍କ ସାଥିରେ ଜଣେ କିମ୍ବା ଦୁଇ ଜଣଙ୍କୁ ସାଙ୍ଗରେ ଯିବାକୁ ଅନୁରୋଧ କରାଯିବ। ସୁନା ଗହଣାର ଗଢା ମଜୁରି ଉପରେ ଏଥର ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି। ଯେହେତୁ କରୋନା କବଳରେ ଦୁଇ ବର୍ଷ ବିତିଲାଣି, ତେଣୁ ଲୋକମାନଙ୍କ ଆର୍ଥିକ ଅବସ୍ଥା ସୁଧୁରି ପାରିନି। ତେଣୁ ସୀମିତ ସମ୍ବଳରେ ଲୋକମାନେ ଯେପରି ଭଲ ଗହଣା କିଣି ପାରିବେ, ତାହାକୁ ଧ୍ୟାନରେ ରଖାଯାଇଛି। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ, ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ।
ମେହୁଲ ମେହେଟ୍ଟା