କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖୁ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍ ଜେନେରାଲଙ୍କ ଅନୁରୋଧକ୍ରମେ ଜୁଲାଇ ୨୬ ବୁଧବାର ଦିନ କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ୱ ବିଭାଗ କମିସନର ଘୋଷଣା କରିଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ, ଆର୍ଡିସି (କେନ୍ଦ୍ରୀୟ ଡିଭିଜନ୍), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍-ରେଜିଷ୍ଟ୍ରାର, ପିଡିଡିଆର୍ଡିଏ, ପରିବହନ କାର୍ଯ୍ୟାଳୟ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିସନରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ଜିଲ୍ଲା ଟ୍ରେଜେରୀ, ଆଡ୍ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, କଲେକ୍ଟୋରେଟ୍ କମ୍ପାଉଣ୍ଡସ୍ଥିତ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟ ଓ ୟୁକୋ ବ୍ୟାଙ୍କ, ବାର୍ କାଉନ୍ସିଲ୍ ନିକଟସ୍ଥ କର୍ପୋରେସନ୍ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ୍ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ, ଚାନ୍ଦନୀଚୌକ ସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍, କଲେକ୍ଟୋରେଟ୍ ସମ୍ମୁଖସ୍ଥ ପୋଷ୍ଟ ଅଫିସ୍, ହାଇକୋର୍ଟ କ୍ୟାମ୍ପ ସ୍ଥିତ ପୋଷ୍ଟ ଅଫିସ ଏବଂ ହାଇକୋର୍ଟ ନିକଟସ୍ଥ ଏଲ୍ଆଇସି ଅଫିସ୍ ଜୁଲାଇ ୨୬ ତାରିଖ ବୁଧବାର ଦିନ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖ୍ ବନ୍ଦ ରହିବା ନେଇ ସୂଚନା ରହିଛି।
ରାଷ୍ଟ୍ରପତିଙ୍କ କଟକରେ କାର୍ଯ୍ୟକ୍ରମ
– ୯ଟା ୨୦ ମିନିଟ୍ରେ ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଂଚିବେ
– ୯ଟା ୩୦ରୁ ୯ଟା ୪୫ ଯାଏଁ ମା’ଙ୍କ ଦର୍ଶନ କରିବେ
– ୧୦ଟା ୧୫ରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ପହଂଚିବେ
– ୧୦ଟା ୪୫ ମିନିଟ୍ ସୁଦ୍ଧା ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ ପହଂଚିବେ
– ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
– ମଧ୍ୟାହ୍ନ ୧୨ଟାରେ ଇନ୍ଡୋର ଷ୍ଟାଡିୟମ୍ରୁ ବାହାରି ମ୍ୟୁଜିଅମ୍ ଅଫ୍ ଜଷ୍ଟିସ୍ ଯିବେ
– ମଧ୍ୟାହ୍ନ ୧୨ଟା ୩୫ରେ ହାଇକୋର୍ଟରେ ପହଂଚିବେ
– ୩ଟା ୩ଟା ୪୫, ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ଯୋଗଦେବେ
– ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ