ନରସିଂହପୁର : ନରସିଂହପୁର ବ୍ଲକ ଋଷିପଡ଼ା ଗ୍ରାମ ପଞ୍ଚାୟତ ଗଡ଼ସାହିର ଇନ୍ଦ୍ରମଣି ଗଡ଼ନାୟକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବାର ଖବର ମିଳିଛି। ଇନ୍ଦ୍ରମଣି(୭୮) ଆଜି ସକାଳୁ ତାଙ୍କ ବାରିପଟେ ଥିବା ତୋଟା ପୋଖରୀକୁ ଗାଧୋଇ ଯାଇଥିଲେ। ସେହି ସମୟରେ ପୋଖରୀରେ ତାଙ୍କର ଗୋଡ଼ ଖସି ଯାଇଥିଲା। ଏହା ଫଳରେ ସେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇବାରେ ବିଫଳ ହେବାରୁ ବାଲିଝରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ବାଲିଝରୀ ଅଗ୍ନିଶମ ବାହିନୀ ଆସି ଇନ୍ଦ୍ରମଣି ଗଡ଼ନାୟକଙ୍କୁ ଉଦ୍ଧାର କରି କାନପୁର ମେଡିକାଲକୁ ନେଇଥିଲେ। ସେଠି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ କାନପୁର ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Sinking_Man.jpg)