କଟକ: ଚୌଦ୍ବାର ମୁଣ୍ଡମାଳ ଅଞ୍ଚଳର ଗୋବିନ୍ଦ ବାରିକ (୮୩) ଓ ସ୍ତ୍ରୀ ମୀନା(୮୦)। ଦୁଇଜଣ ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି। ହେଲେ କିଛି ମାସ ତଳେ ମୀନା ଟ୍ରକ ଧକ୍କାରେ ଆହତ ହୋଇଥିଲେ। ଫଳରେ ଚିକିତ୍ସା ପାଇଁ ସ୍ବାମୀ ଗୋବିନ୍ଦ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ। ଦୀର୍ଘ ୧ ମାସ ହେଲା ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳେ ମୀନାଙ୍କ ମୃତ୍ୟୁ ଘଟିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଅସହାୟ ଅବସ୍ଥାରେ ସେଠାରେ ବସି ରହିଥିଲେ ଗୋବିନ୍ଦ। କ’ଣ କରିବେ ବାଟ ପାଇ ନ ଥିଲେ। ଏ ସଂପର୍କରେ ଖବର ପାଇ ସମାଜସେବୀ ଅଭିମନ୍ୟୁ ଦାସ, ପୁଲିସ ଓ ଅନ୍ୟ ସହଯୋଗୀଙ୍କ ସହାୟତାରେ ଖାନ୍ନଗର ଶ୍ମଶାନକୁ ନେଇ ଶବ ସତ୍କାର କରିଥିଲେ। ବୃଦ୍ଧ ଗୋବିନ୍ଦ ପତ୍ନୀଙ୍କୁ ମୁଖାଗ୍ନି ଦେଇଥିଲେ।