ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ୧୩ରେ, ୫ ଲକ୍ଷ ହିତାଧିକାରୀ ପାଇବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ

କଟକ: କଟକ ଜିଲ୍ଲାର ୫ ଲକ୍ଷ ୫ ହଜାର ୬୯୯ ହିତାଧିକାରୀଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ। ଆସନ୍ତା ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆସି ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଉପର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବାକୁ ଥିବା ବେଳେ  ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ଡିସିପି ପ୍ରତୀକ୍‌ ସିଂହ, ସିଏମ୍‌ସି କମିଶନର ଅନନ୍ୟା ଦାସ, ପିଡି ଅମ୍ବର କୁମାର କର, ଓଡିଶା ମୋ ପରିବାରର କଟକ ଜିଲ୍ଲା ସଂଯୋଜକ ତଥା ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ୧୩ ତାରିଖ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ପଡିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

କଟକ ଜିଲ୍ଲାରେ କଟକ ମହାନଗର ଅଞ୍ଚଳର ୫୯ଟି ୱାର୍ଡରୁ ୭୪,୫୯୦ ଜଣ, ଚୌଦ୍ବାର ପୌର ପରିଷଦରୁ ୬୫୭୧, ଆଠଗଡ଼ ଏନ୍‌ଏସିରୁ ୨୯୨୦, ବାଙ୍କୀ ଏନ୍‌ଏସିରୁ ୨୯୦୯, କଟକ ସଦର ବ୍ଲକ୍‌ରୁ ୩୦,୮୧୦, ବାଙ୍କୀରୁ ୨୫,୬୦୬, ଆଠଗଡ଼ରୁ ୩୧,୩୧୨, ବଡମ୍ବାରୁ ୩୬,୨୭୩, ବାରଙ୍ଗରୁ ୧୮,୮୭୧, ଡମପଡାରୁ ୨୨,୦୩୭, କଣ୍ଟାପଡାରୁ ୧୭,୮୪୧, ମାହାଙ୍ଗାରୁ ୪୧,୫୫୨, ନରସିଂହପୁର ୩୪, ୩୨୮, ନିଆଳି ୨୯, ୨୩୩, ନିଶ୍ଚିନ୍ତକୋଇଲିରୁ ୪୩,୭୨୮, ସାଲେପୁର ୪୦, ୩୭୬, ଟାଙ୍ଗୀରୁ ୩୧,୭୮୫, ତିଗିରିଆରୁ ୧୪,୯୫୭ଜଣ ହିତାଧିକାରୀ ବିଏସ୍‌କେୱାଇ ଯୋଜନାରେ ସ୍ମାର୍ଟ କାର୍ଡ ପାଇବେ। ରାସନ୍‌ କାର୍ଡ ଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର