ଅସ୍ତବ୍ୟସ୍ତ କଲେଣି ସାଇବର‌ ଅପରାଧୀ, କଟକରୁ ଲୁଟିଲେଣି ଦେଢ଼ କୋଟି

କଟକ: କଟକ ଉପରେ ଏବେ ପଶ୍ଚିମବଙ୍ଗ-ଝାଡ଼ଖଣ୍ତ ସୀମାରୁ ସାଇବର‌୍‌ ଅପରାଧୀମାନେ ଆଖି। କଲିକତାରୁ ଜାଲ୍‌ ପରିଚୟପତ୍ରରେ ସିମ୍‌କାର୍ଡ ଝାଡ଼ଖଣ୍ତ ଚାଲାଣ ହେଉଛି। କଲିକତା ବିପିଓ(ବିଜନେସ୍‌ ପ୍ରୋସେସ୍‌ ଆଉଟସୋର୍ସି˚) ମାଧ୍ୟମରେ ବ୍ୟାଙ୍କ୍‌ ଗ୍ରାହକଙ୍କ ନମ୍ବର ସ˚ଗ୍ରହ କରି ଝାଡ଼ଖଣ୍ତ ପଠାଯାଉଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଟୋଲ ଫ୍ରି’ ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଅଭିଯୋଗ ଶୁଣାଣି ବ୍ୟବସ୍ଥା ବିପିଓ ହାତରେ ଥିବାରୁ ବିପିଓର କର୍ମଚାରୀ ହିଁ ବ୍ୟାଙ୍କ୍‌ ଗ୍ରାହକଙ୍କ ନମ୍ବର ସ˚ଗ୍ରହ କରି ଝାଡ଼ଖଣ୍ତର ସାଇବର‌୍‌ ଅପରାଧୀଙ୍କୁ ପଠାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ଝାଡ଼ଖଣ୍ତର ସାଇବର‌୍‌ ଅପରାଧୀ ଏହି ମୋବାଇଲ୍‌ ନମ୍ବର ବ୍ୟବହାର କରି ଜାଲ୍‌ ନମ୍ବରରେ କଟକର ମୁଖ୍ୟତଃ ସିଡିଏ ଅଞ୍ଚଳକୁ ଟାର୍ଗେଟ୍‌ କରୁଛନ୍ତି। କଟକକୁ ଆସୁଥିବା ଫୋନ୍‌କଲ୍‌ର ଲୋକେସନ୍‌ ଝାଡ଼ଖଣ୍ତର ଧାନ୍‌ବାଦ୍‌, ଗିର୍‌ଧି, ଦେଓଗଡ଼ ଇତ୍ୟାଦି ଅଞ୍ଚଳରୁ ଦେଖାଉଛି। କିନ୍ତୁ ଏହି ନମ୍ବର ପଶ୍ଚିମବଙ୍ଗ ବାସିନ୍ଦାଙ୍କ ନାଁରେ ଥିବା ପୁଲିସ ସିଡିଆର୍‌ରୁ ଜାଣିବାକୁ ପାଉଛି। ଗଲା ୫ବର୍ଷ ଭିତରେ କଟକ ସହରରୁ ୧ କୋଟି ୪୩ ଲକ୍ଷରୁ ଅଧିକ ଟଙ୍କା ସାଇବର‌୍‌ ଅପରାଧୀ ଲୁଟି ନେଇଥିବା ଏକ ଚିନ୍ତାଜନକ ପ୍ରସ˚ଗ ହେଲାଣି। କେବଳ ମର୍କତନଗର ଥାନା କଥା ଯଦି କୁହାଯାଏ, ତେବେ ପ୍ରତି ମାସରେ ହାରାହାରି ଦୁଇରୁ ତିନୋଟି ସାଇବର‌୍‌ ଅପରାଧଜନିତ ମାମଲା ପଞ୍ଜୀକରଣ ହେଉଥିବା ସୂଚନା ମିଳିଛି। କଟକ ସହରରେ ପ୍ରଥମଥର ପାଇଁ ବଡ଼ ଧରଣର ସାଇବର‌୍‌ ଅପରାଧ ସିଡିଏରେ ୨୦୧୬ରେ ଘଟିଥିଲା। ସେହି ବର୍ଷ ନଭେମ୍ବର ୨୬ ତାରିଖରେ ଶାଳିନୀ ଦାସଙ୍କ ମର୍କତନଗରସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ତିଆର ଜମା ଖାତାରୁ ୨୫ ଲକ୍ଷ ୧୧ ହଜାର ୮୪ ଟଙ୍କା ଗାଏବ୍‌ ହୋଇଯାଇଥିଲା। ସାଇବର ଅପରାଧୀମାନେ ଶାଳିନୀଙ୍କ ନେଟ୍‌ ବ୍ୟାଙ୍କି˚ ସହିତ ସ˚ଯୋଗ ଥିବା ମୋବାଇଲ୍‌ ନମ୍ବରକୁ କ୍ଲୋନି˚ କରି ଠକେଇ କରିଥିବା ମର୍କତନଗର ଥାନାରେ ଏତଲା ହୋଇଥିଲା। ପରେ ଫସିଥିଲେ ସିଡିଏ ସେକ୍ଟର-୭ରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତି। ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୭୮ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସନାତନଙ୍କ ନାଁରେ ଥିବା ୬ଟି ଫିକ୍ସ ଡିପୋଜିଟ୍‌ ଆକାଉଣ୍ଟରୁ ଏହି ଟଙ୍କା ହଡ଼ପ କରି ନେଇଥିଲେ। କ୍ରାଇମବ୍ରାଞ୍ଚରେ ଏ ସ˚କ୍ରାନ୍ତରେ ସେ ଚଳିତବର୍ଷ ଫେବ୍ରୁଆରି ୧୭ ତାରିଖରେ ଏତଲା ହୋଇଥିଲା। କ୍ରାଇମବ୍ରାଞ୍ଚ ଟଙ୍କା ଫେରସ୍ତ କ୍ଷେତ୍ରରେ କୌଣସି ପ୍ରକାର ସହଯୋଗ ନକରିବାରୁ ଡାକ୍ତର ମହାନ୍ତି ଭୁବନେଶ୍ବରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟରେ ଏବେ ଫେରାଦ ହୋଇଛନ୍ତି। ଡାକ୍ତରଙ୍କ ବିଡ଼ାନାସୀ ଏସ୍‌ବିଆଇ ଶାଖାରେ ଏହି ଠକେଇ ହୋଇଥିବାରୁ ଆର୍‌ବିଆଇ ପକ୍ଷରୁ ଉଭୟ ଜମାକାରୀ ଡାକ୍ତର ମହାନ୍ତି ଓ ବିଡ଼ାନାସୀ ଶାଖାର ଅଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି।

ଏଥି ସହିତ ଡାକ୍ତରଙ୍କ ନିକଟରୁ ବ୍ୟାଙ୍କର ସମସ୍ତ ଅର୍ଥ କାରବାର ନକଲ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଝାଡ଼ଖଣ୍ତ ଧାନ୍‌ବାଦ୍‌ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରୁ ଡାକ୍ତରଙ୍କ ନିକଟକୁ ସାଇବର‌୍‌ ଅପରାଧୀ ଫୋନ୍‌ କରିଥିବା ତଦନ୍ତରୁ ଜଣାପଡ଼ିଥିବା ବେଳେ କ୍ରାଇମବ୍ରାଞ୍ଚ କିନ୍ତୁ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଗୋଟିଏ ପଟେ ଫୋନ୍‌ ନମ୍ବର୍‌ ସୁଇଚ୍‌ ଅଫ୍‌ ଥିବା ବେଳେ ଯେଉଁ ସିମ୍‌ରେ କଥା ହୋଇଥିଲେ ଉକ୍ତ ନମ୍ବର ଏକ ଜାଲି ପରିଚୟପତ୍ରରେ କିଣାଯାଇଥିବାରୁ କ୍ରାଇମବ୍ରାଞ୍ଚ ପ୍ରକୃତ ସାଇବର‌୍‌ ଅପରାଧୀଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଚୌଧୁରୀବଜାର ଜୁବୁଲି ଟାଵାର୍‌ର ଶତାଦ୍ଦୀ ଶୁକ୍ଳା ଗଲା ଏପ୍ରିଲ ୩୦ ତାରିଖରେ ଇଣ୍ତିଆ ମାର୍ଟ ୱେବ୍‌ସାଇଟ୍‌ରେ ମାସ୍କ, ସାନିଟାଇଜର୍‌, ହ୍ୟାଣ୍ତ ଵାସ୍‌ ଇତ୍ୟାଦି କୋଭିଡ୍‌ ସାମଗ୍ରୀ କିଣିଥିଲେ। ସାଇବର‌୍‌ ଅପରାଧୀ କୌଶଳକ୍ରମେ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଥିଲେ। ପୁରୀଘାଟ ଥାନାରେ ମାମଲା ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧୀର ଖୋଜଖବର ମିଳିପାରି ନାହିଁ। ପୁଲିସ ଯେଉଁ ଉତ୍ତରପ୍ରଦେଶର ନମ୍ବର ଠାବ କରିଥିଲା ଉକ୍ତ ନମ୍ବର ବି ଜାଲି ପରିଚୟପତ୍ରରେ କିଣାଯାଇଥିବା ଜଣାପଡ଼ିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ମୁତବାକ, ଝାଡ଼ଖଣ୍ତର ପାକୁର‌୍‌, ଦେଓଗଡ଼, ଗୋଡ୍ଡା, ସାହେବଗଞ୍ଜ, ଡୁମକା, ଗିର୍‌ଧି ସମେତ ଜାମ୍‌ତାରା ଓ ଜାମ୍‌ତାରା ଜିଲ୍ଲା ନାରାୟଣପୁର, କରମାତଣ୍ତ ଏବ˚ ପଶ୍ଚିମବଙ୍ଗର ଆସାନ୍‌ସୋଲ୍‌ ଓ କଲିକତାକୁ ମାଡ଼ିଗଲେଣି ସାଇବର‌୍‌ ଅପରାଧୀ। ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗର ଅପରାଧୀଙ୍କ ମିଳିତ ସହଯୋଗରେ ସାଇବର‌୍‌ ଅପରାଧ ଓଡ଼ିଶାକୁ ମାଡ଼ିଥିବା କୁହାଯାଉଛି। ଏବେ ଥାନାଵାରି କଟକ କମିସନରେଟ୍‌ ପୁଲିସରେ ପୁଲିସ ଅଫିସରଙ୍କୁ ତାଲିମ୍‌ ଦିଆଯାଉଛି। ତେବେ, ଯଦିଓ ପୁଲିସ ଗଲା ୮ ମାସ ଭିତରେ ବ୍ୟାଙ୍କ ଓ ଅନଲାଇନ୍‌ ସପି˚ ୱେବସାଇଟ୍‌ ମାଧ୍ୟମରେ ୩୬ ଲକ୍ଷ ୫୧ ହଜାର ୪୧୯ ଟଙ୍କା ଜବତ କରିଛି, କିନ୍ତୁ ରାଜ୍ୟ ବାହାର ସାଇବର‌୍‌ ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର