ସଦ୍‌ଗୁରୁ ହସ୍ପିଟାଲରେ ବିଏସ୍‌କେୱାଇ ମାଧ୍ୟମରେ ହେଲା ଜଟିଳ ପ୍ରସୂତି ଅସ୍ତ୍ରୋପଚାର

କଟକ: ଜଗତପୁରସ୍ଥିତ ସଦ୍‌ଗୁରୁ ହସ୍ପିଟାଲକୁ ମିଳିଛି ଆଉ ଏକ ସଫଳତା। ଗୁରୁତର ହୃଦ୍‌ରୋଗର ଶିକାର ହୋଇଥିବା ଜଣେ ମହିଳାଙ୍କ ସଫଳ ପ୍ରସୂତି ଅସ୍ତ୍ରୋପଚାର କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ମାଗଣାରେ ଏହି ଅସ୍ତ୍ରୋପଚାରର କରାଯିବା ପରେ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ହଳଦିଆ ଗ୍ରାମର ସଞ୍ଜିଦା ବେଗମ୍‌ ବିବାହ ପୂର୍ବରୁ ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ବିଭିନ୍ନ ଡାକ୍ତରୀ ପରୀକ୍ଷା କରିବା ପରେ ହୃୟାମିଟକ ରୋଗରେ ଆକ୍ରନ୍ତ ହୋଇଥିବା ଜଣାପଡ଼ିଥିଲା। ଆର୍ଥିକ ଅନଟନରେ ଥିବା ସଞ୍ଜିଦାଙ୍କ ପରିବାର ଅନେକ କଷ୍ଟରେ ଟଙ୍କା ଯୋଗାଡ କରି ଅସ୍ତ୍ରୋପଚାର କରାଇବା ପରେ ସେ ଶେଖ୍‌ ସଲିମଙ୍କୁ ବିବାହ କରିଥିଲେ। ଏହାପରେ ଜଟିଳ ସ୍ୱାସ୍ଥ୍ୟବସ୍ଥାରେ ସେ ଗର୍ଭବତୀ ହେଇଥିଲେ। ଚିକିତ୍ସା ଲାଗି ସଦଗୁରୁ ହସ୍ପିଟାଲର ନିର୍ଦ୍ଦେଶକ ତଥା ସ୍ତ୍ରୀ-ରୋଗ ଓ ପ୍ରସୂତି ରୋଗ ବିଶେଷଜ୍ଞା ଡାକ୍ତର ସମିତା ମହାନ୍ତିଙ୍କ ଯୋଗଯୋଗରେ ଆସିଥିଲେ।

ସଞ୍ଜିଦା ଗୁରୁତ୍ୱର ହୃଦରୋଗୀ ସହିତ ଗର୍ଭବତୀ ହୋଇଥିବାରୁ ମା’ ଓ ଶିଶୁଙ୍କୁ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ରହିଥିଲା। ଡାକ୍ଟର ସମିତା ମହାନ୍ତିଙ୍କ ନେତୃତ୍ୱରେ ଦୃହରୋଗ ବିଭାଗର ଡାକ୍ଟର ଶ୍ରୀକ୍ଷେତ୍ର ନନ୍ଦ, ନିଶ୍ଚେତନ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନନ୍ଦ ଦାସ ଓ ଟେକ୍ନିସିଆନ୍‌ମାନଙ୍କୁ ନେଇ ଗଠିତ ଟିମ୍‌ ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ବିଏସ୍‌କେୱାଇ ଯୋଜନାରେ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ଏହି ଅସ୍ତ୍ରୋପଚାର ହୋଇଥିଲା ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଡାକ୍ତର ସମିତା ମହାନ୍ତି କହିଛନ୍ତି। ସନ୍ତାନ ପ୍ରସବ ପରେ ଉଭୟ ମା’ ଓ ନବଜାତକ ସୁସ୍ଥ ଥିବାରୁ ସଞ୍ଜିଦାଙ୍କ ସ୍ବାମୀ ଶେଖ୍‌ ସଲିମ୍‌ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ସଦଗୁରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର