ଆଜିଠାରୁ ଆଇପିଏଲ୍‌ର ଓଡ଼ିଆ ଆଙ୍କର ଭାବେ ନଜର ଆସିବେ ଲୋରିଆ, ଭିଡିଓ ଜାରି କରି କହିଲେ…

କଟକ: ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଆଜିଠାରୁ ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ଦର୍ଶକମାନଙ୍କୁ ମ୍ୟାଚ୍‌ ଦେଖି ସେମାନଙ୍କ ମତାମତ ଦେବାକୁ ନିବେଦନ କରିଛନ୍ତି ଆଙ୍କର୍‌ ଲୋରିଆ। ଲୋରିଆ ଆଇପିଏଲ୍‌ର ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ ବୋଲି ଖବର ଜାଣିବା ପରେ ପ୍ରଶଂସକମାନେ ତାଙ୍କୁ ବହୁଳ ମାତ୍ରାରେ ଭଲପାଇବା ଦେଇଛନ୍ତି। ଏ ନେଇ ସେ ନିଜର କୃତଜ୍ଞତା ଜଣାଇଛନ୍ତି।

ତାପରେ ଜିଓ ସିନେମା ଆପ୍‌କୁ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ନିଜ ଭାଷା ଓଡ଼ିଆକୁ ଚୟନ କରିବା ପରେ କ୍ରିକେଟ୍‌ର ମଜା ନିଅନ୍ତୁ ବୋଲି ଲୋରିଆ ଏକ ଭିଡିଓ ଜାରି କରି ବାର୍ତ୍ତା ଦେଇଛନ୍ତି। ଏଠାରେ ଓଡ଼ିଆରେ କମେଣ୍ଟ୍ରିରୁ ନେଇ, ମତାମତ, ପ୍ୟାନେଲ୍‌ ଡିସ୍‌କସନ୍‌ ଓ ଗ୍ରାଫିକ୍‌ ସବୁ କିଛି ଉପଲବ୍ଧ ହେବ ବୋଲି ସେ ଜାରି କରିଥିବା ଭିଡିଓରେ କହିଛନ୍ତି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ସେଥିରେ ତାଙ୍କୁ ଦେଖିବାକୁ ସେ ଦର୍ଶକଙ୍କୁ ନିବେଦନ କରିଛନ୍ତି।

ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବାକୁ ଥିବା ବେଳେ ଇନିଂସ୍‌ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍‌ର ମଜା ନେବେ ଦର୍ଶକ। ଆଜିଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ପାଇଁ ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ (ଚୟନ ପକ୍ରିୟା)ରେ ଯୋଗ୍ୟ ବିବେଚିତ ହୋଇଥିଲେ କଟକର ଲୋରିଆ।

କଟକ ତ୍ରିଶୂଳିଆର ସୁମିତ୍‌ ଧାୱନ୍‌ଙ୍କ ପତ୍ନୀ ଲୋରିଆ ମହାନ୍ତି ଜଣେ ଭଲ ଓଡ଼ିଆ ଆଙ୍କର୍‌ ଭାବେ ପରିଚିତ। ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବା ଲୋରିଆ ଚଳିତବର୍ଷ ଆଇପିଏଲ୍‌ ସିଜିନ୍-୧୬ରେ ଆଙ୍କରିଂ କରିବେ। ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ।

ସମ୍ବନ୍ଧିତ ଖବର