କଟକ :କୋଟି କୋଟି ଟଙ୍କା ଚିଟଫଣ୍ଡ ମାମଲାରେ ଜଡିତ ଓସ୍କାର କମ୍ପାନିଜ୍ ପରିଚାଳନା ନିର୍ଦ୍ଦେଶକ ପ୍ରଭାସ ଚନ୍ଦ୍ର ରାଉତ ଏବଂ ନିର୍ଦ୍ଦେଶକ ମୁନା ପାତ୍ରଙ୍କର ୧୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ଅବଧି ଶେଷ ପରେ ଉଭୟଙ୍କୁ ଚୌଦ୍ୱାର କେନ୍ଦ୍ରୀୟ ଜେଲ ହାଜତକୁ ପଠାଇଯାଇଛି। ଓସ୍କାର ସଂସ୍ଥା ବିରୋଧରେ ଗୁଜୁରାଟ ନଭୋତ୍ରି ପୁଲିସ ଏବଂ ଅନ୍ୟାନ୍ୟ ଥାନାରେ ଏକାଧିକ ମାମଲା ରହିଛି। ସେମାନଙ୍କୁ ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବା ପାଇଁ ଗୁଜୁରାଟ ନଭୋତ୍ରି ପୁଲିସ ଗତ ୨୦ ତାରିଖରେ କଟକର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଆବେଦନ କରିଥିଲା। ଏହି ଆବେଦନ ଉପରେ ସ୍ୱତନ୍ତ୍ର କୋର୍ଟ ଶୁଣାଣି କରି ଉଭୟଙ୍କୁ ୧୩ ଦିନ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ। ଉଭୟଙ୍କୁ ଗୁଜରାଟ ନେବା ଓ ଆଣିବା ପାଇଁ ୪ ଦିନ ଏବଂ ୯ଦିନ ଜେରା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଓସ୍କାର ଠକେଇ ମାମଲାରେ ନିର୍ଦ୍ଦେଶକ ମୁନା ପାତ୍ର ୨୦୧୫ମସିହାରେ ଗିରଫ ହୋଇଥିଲେ । ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬ ମସିହା ଜୁନ୍ ୧୦ତାରିଖରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ନୂଆଦିଲ୍ଲୀରୁ ଗିରଫ କରିଥିଲା। କମ୍ପାନୀ ଜମାକାରୀଙ୍କ ଠାରୁ ପ୍ରାୟ ୨୩୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।