୧୫ରେ ସିଟି ହସ୍ପିଟାଲରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଶିଳାନ୍ୟାସ

କଟକ: ଆସନ୍ତା ୧୫ ତାରିଖରେ ସିଟି ହସ୍ପିଟାଲରେ ପ୍ରସ୍ତାବିତ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରାଯିବ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସରିଲାଣି। ଆବଶ୍ୟକୀୟ ସମସ୍ତ ଯନ୍ତ୍ରାଂଶ ଓ ଉପକରଣ ମଧ୍ୟ ପହଞ୍ଚି ସାରିଛି। ଏଣୁ ସ୍ୱାଧୀନତା ଦିବସରେ କଟକର ଦ୍ୱିତୀୟ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି।

ପ୍ରକାଶ ଯୋଗ୍ୟ, ପୂର୍ବରୁ କଟକ ବଡ଼ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

ସମ୍ବନ୍ଧିତ ଖବର