କଟକ: ଚାଉଳିଆଗଞ୍ଜ ପୁଲିସ ହ୍ୟାଣ୍ଡକପରେ ଗଞ୍ଜେଇ ବେପାରୀ ପବନ ଦୋରା। ଶିଖରପୁର ଅଞ୍ଚଳରୁ ନେହେରୁପଲି ଅଞ୍ଚଳକୁ ଏକ ଅଟୋରେ ବିପୁଳ ପରିମାଣର ଗଞ୍ଜେଇ ନେଉଥିଲା ବେଳେ ପୁଲିସର ପଡିଥିଲା ନଜର। ସିଧାସଳଖ ଅଟୋକୁ ଅଟକାଇ ଡ଼ୋରାକୁ ଗିରଫ କରିବାସହ ୪୧ କେଜି ଗଞ୍ଜେଇ ଜବତ କରିବା ସହ ଉକ୍ତ ଅଟୋ ମଧ୍ୟ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ।

Advertisment

ଅନ୍ୟପଟେ ଅଟୋରେ ଥିବା ଆଉ ୨ ଜଣ ଦୁର୍ବୁତ୍ତ ଘଟଣା ସ୍ଥଳରୁ ମାରିଥିଲେ ଚମ୍ପଟ। ତେବେ ଉଭୟଙ୍କୁ ଖୋଜିବାକୁ ପୁଲିସ ଚଲାଇଛି ତଦନ୍ତ। ତେବେ ପବନ ଦୋରା ଗିରଫ କରିବା ପରେ ଆଜି ତା’କୁ କୋର୍ଟ ଚାଲାଣ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ।