ଡାକ୍ତର ଆସନ୍ତି ୯ଟା ପରେ; ସିଟି ହସ୍ପିଟାଲରେ ରୋଗୀ ଅସନ୍ତୋଷ

କଟକ: ସିଟି ହସିପାଟଲର ଦୁଇ ଗୁରୁତ୍ବପୂର୍ଣ୍ଣ ବିଭାଗ ଇଏନଟି ଏବଂ ଅସ୍ଥିଶଲ୍ୟ ବିଭାଗ ଆଉଟଡୋରକୁ ଡାକ୍ତର ଆସନ୍ତି ୯ଟା ପରେ। ଦୈନିକ ଏଭଳି ସମସ୍ୟାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ହସପିଟାଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଏଭଳି ସମସ୍ୟା ସମ୍ପର୍କରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସମାଧାନ ହେଉନଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ଅନୁଯାୟୀ, ସକାଳ ୮ଟାରୁ ଦିନ ୧୨ଟା ଏବଂ ଦିନ ୩ଟାରୁ ଅପରାହ୍ନ ୫ଟା ଯାଏ ହସପିଟାଲ୍ ଆଉଟଡୋର୍ ଖୋଲିଥାଏ। ଏହି ସମୟରେ ରୋଗୀ ଓପିଡିରେ ଟିକେଟ୍ କାଟି ଆଉଟଡୋରରେ ଚିକିତ୍ସିତ ହୋଇଥାନ୍ତି। ଏଭଳି ନିୟମ କିନ୍ତୁ ସିଟି ହସପିଟାଲରେ ବ୍ୟତିକ୍ରମ ହୋଇଛି। ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ୮ଟାରେ ଆସିବା ବଦଳରେ ଆସୁଛନ୍ତି ୯ଟା ପରେ। ଇଏନଟିରେ ବି ଡାକ୍ତର ଧାର୍ଯ୍ୟ ସମୟରେ ଆସୁନାହାନ୍ତି।

ଆଜି ହସପିଟାଲରେ ଅସ୍ଥିଶଲ୍ୟ ବିଭାଗ ଆଉଟଡୋର୍ ବାହାରେ ରୋଗୀ ସକାଳ ୮ଟାରୁ ୯ଟା ଯାଏ ଛିଡ଼ା ହୋଇଥିଲେ। କେହି ଡାକ୍ତର ନଥିବାରୁ ନାକେଦମ୍ େହାଇଥିଲେ। ଅସ୍ଥିଶଲ୍ୟ ଆଉଟଡୋରକୁ ଆସିଥିବା ଅଧିକାଂଶ ରୋଗୀଙ୍କ ଆଣ୍ଠୁ, ଗୋଡ଼, ହାତ ଓ ଶରୀରର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଯନ୍ତ୍ରଣା ହେଉଥିବା େଦଖିବାକୁ ମିଳିଥିଲା। ପୁରୀଘାଟ ଅଞ୍ଚଳର ଜଣେ ୫୨ ବର୍ଷିୟ ବ୍ୟକ୍ତି ଅକ୍ଷୟ କୁମାର ବାରିକ ଆଜି ସକାଳ ୮ଟା ବେଳେ ସିଟି ହସପିଟାଲକୁ ଯାଇଥିଲେ। ତାଙ୍କ କହିବା ଅନୁଯାୟୀ, ସେ ଅଣ୍ଟାରେ ଦୀର୍ଘ ଦୁଇ ବର୍ଷ ହେବ ଯନ୍ତ୍ରଣା ଅନୁଭବ କରିଆସୁଥିଲେ। ଆଜି ସକାଳ ପ୍ରାୟ ୮ଟା ବେଳେ ସେ ହସପିଟାଲକୁ ଯାଇଥିଲେ। ଡାକ୍ତର ନଆସିବାରୁ ଘଣ୍ଟାଏ କାଳ ଯନ୍ତ୍ରଣା ସତ୍ତ୍ବେ ଧାଡ଼ିରେ ଛିଡ଼ା ହୋଇଥିଲେ। ତାଙ୍କ ସହିତ ଆହୁରି ୨୦ରୁ ୨୫ ଜଣ ରୋଗୀ ଯନ୍ତ୍ରଣାରେ ଛିଡ଼ାହୋଇଥିଲେ। ଦୈନିକ ଏଭଳି ଘଟଣା ଦେଖିବାକୁ ମିଳୁଥିବା ଅକ୍ଷୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର