କଟକ: ଅାଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ପୁଲିସ ଭ୍ୟାନ୍ରେ ଦୁର୍ବୃତ୍ତମାନେ ବୁଧବାର ଅପରାହ୍ନରେ ନିଅାଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପିସିଆର ଭ୍ୟାନ୍ରେ ଏହି ନିଅାଁ ଲଗାଯାଇଛି। ନିଅାଁକୁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ କିଏ ଓ କେଉଁ ପରିସ୍ଥିତିରେ ନିଅାଁ ଲଗାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ।
କଟକରେ ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ହାଇକୋର୍ଟ ବାର ଆସୋସିଏସନ ଏକ ବୈଠକ ଡାକି ପରବର୍ତ୍ତୀ ସମୟରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲା। ଧାରଣା ଚାଲିଥିବା ବେଳେ ପୁଲିସ ଭ୍ୟାନ୍ରେ ନିଅାଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ହାଇକୋର୍ଟ ଗଭର୍ଣ୍ଣିଙ୍ଗ ବଡିର ବୈଠକ ଗୁରୁବାର ଅପରାହ୍ନ ୧ଟା ୩୦ରେ ବସିିବ। ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।
କଟକରେ ଆଇନଜୀବୀଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟ ବାର ଆସୋସିଏସନ୍ ଆଇନଜୀବୀମାନଙ୍କୁ ଗୁରୁବାର କାର୍ଯ୍ୟ ବନ୍ଦ କରିବାକୁ ଆହ୍ଵାନ ଦେଇଛନ୍ତି।
ସୂଚନାଯୋଗ୍ୟ, ୨ ଦିନ ତଳେ କଟକ ଜିଲ୍ଲାର ନେମାଳ ଅଞ୍ଚଳରେ ସାଂପ୍ରଦାୟିକ ବିବାଦକୁ ନେଇ ସ୍ଥାନୀୟ ଉତ୍ତେଜିତ ଲୋକେ ଏକ ପୁଲିସ ଗାଡ଼ିରେ ନିଅାଁ ଲଗାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Nemalo-Police-Van-Podi.jpg)