କଟକ: କଟକ କେଶରପୁରରେ ଵକ୍ସ ଡ୍ରେନ କାମ ଚାଲିଥିବା ସ୍ଥାନରେ ଦୁର୍ଘଟଣା ଘଟି ଜଣେ ନାବାଳିକା ଏନ୍ ମୋହିନି ଦାସଙ୍କ ଗତକାଲି ମୃତ୍ୟୁ ଘଟିଥିଲା। ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣ । ପରିବାର ଲୋକଙ୍କ ସହ କଥା ହେବା ପରେ ସମବେଦନା ଜ୍ଞାପନ କରିଥିଲେ।
ଏହି ସମୟରେ ସ୍ଥାନୀୟ ଲୋକେ, କଂଗ୍ରେସର ନେତ୍ରୀ ଗିରିବାଳା ବେହେରା ଓ ତାଙ୍କ ସମର୍ଥକମାନେ ଉଭୟ ମେୟର ଏବଂ କମିସନରଙ୍କୁ ଘେରିଥିଲେ। ଏମିତିକି କଥା ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚିଥିଲା। ମୃତ୍ୟୁ ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ମହାନଗର ନିଗମକୁ ଦାୟୀ କରିବା ସହ କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।