କଟକ: ଯୁବ ଉଦ୍ୟୋଗୀ ତନିସା ମଲ୍ଲ ବାଲିଯାତ୍ରା ଓରମାସରେ ପ୍ରଥମ କରି ନେଇ ଆସିଛନ୍ତି ସେଣ୍ଟେଡ କ୍ୟାଣ୍ଡେଲ। ପିଜି ଅଧ୍ୟୟନରତ ତନିଷା ଅନଲାଇନ ମାଧ୍ୟମରେ ଏହି କ୍ୟାଣ୍ଡେଲ ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ। କୋଭିଡ ସମୟରେ  ଏହି କାମ ଆରମ୍ଭ ହୋଇଥିଲା।

Advertisment

ଚଳିତବର୍ଷ ପ୍ରଥମ କରି ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସିଛନ୍ତି ସେ । ଏହି ସେଣ୍ଟେଡ କ୍ୟାଣ୍ଡେଲ ଦର ୫୦ରୁ ୪୫୦ ଟଙ୍କା ରହିଥିବା ବେଳେ ଗ୍ରାହକମାନେ ବହୁ ମାତ୍ରାରେ ଏହାକୁ ପସନ୍ଦ କରୁଥିବା ସେ କହିଛନ୍ତି। ଏହି କ୍ୟାଣ୍ଡେଲରେ ରହିଛି ଅନେକ ଭେରାଇଟି, ଯାହା ଅଧିକ ସମୟ ଜଳିବା ସହ ଅତି ମନୋରମ ସୁଗନ୍ଧ ମଧ୍ୟ ରହିଛି।ଏହି ସୁଗନ୍ଧିତ କ୍ୟାଣ୍ଡେଲକୁ କିଣି ଦର୍ଶକମାନେ ବେଶ ଖୁସି ପ୍ରକଟ କରିଛନ୍ତି।