ଧଳାପଥର: ବାଙ୍କି ଉପଖଣ୍ଡ ବୈଦେସ୍ୱର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତ ଓ ପୁଇଞ୍ଚା ପଞ୍ଚାୟତରୁ ଗୋଟିଏ ରାତିରେ ଦୁଇଟି ପାଣି ମୋଟର କେହି ଦୃର୍ବୁତ୍ତ ଚୋରି କରି ନେଇଥିବା ଘଟଣାରେ ବୈଦେସ୍ୱର ଥାନାରେ ପୃଥକ୍ ପୃଥକ୍ ଲିଖିତ ଅଭିଯୋଗ କରାଯାଇଥିଲା। ଚୋରି ଘଟଣା ରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଥାଉ କି, କଳିପୋଇ ପଞ୍ଚାୟତସ୍ଥିତ କରଡାପଲ୍ଲୀ ଓ ପୁଇଁଚା ପଞ୍ଚାୟତସ୍ଥିତ ପଣ୍ଡଳମ ଗ୍ରାମରୁ କେହି ଦୃର୍ବୁତ୍ତ ପାଣି ମୋଟର ଚୋରି କରିନେଇଥିଲେ । ଫଳରେ ଗ୍ରାମବାସୀ ଓ ମୋଟର ଚାଳକମାନେ ସରପଞ୍ଚଙ୍କୁ ଜଣାଇବା ପରେ କଳିପୋଇ ସରପଞ୍ଚ ସୁବ୍ରତ କୁମାର ବେହେରା ଓ ଠିକାଦାର ବିଜୟ କୁମାର ମତ୍ତଗଜ ସିଂ ବୈଦେସ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତା’ପରେ ବୈଦେସ୍ୱର ଥାନା ଆଇ ଆଇ ସି ସଞ୍ଜୟ କୁମାର ଜେନା ତଦନ୍ତ ଜାରି ରଖିଥିଲେ । ଗତକାଲି ଚୋରି କରିଥିବା ନୂଆ ଗାଁ ପଞ୍ଚାୟତ ସ୍ଥିତ ଖଜୁରୀ ପଦା ଗ୍ରାମର ଭକ୍ତକୃଷ୍ଣ ସେଠୀଙ୍କ ପୁତ୍ର ବିଶ୍ବରଂଜନ ସେଠୀ (୧୮)ଙ୍କୁ ଗିରଫ କରି ପଚରାଉଚୁରା କରିବା ପରେ ଚୋରି କରିଥିବା ନେଇ ଯୁବକ ଜଣକ ସ୍ବୀକାର କରିଛନ୍ତି । ବୈଦେସ୍ୱର ଥାନା କେସ ନଂ ୧୬୨/୨୫ରେ ମାମଲା ରୁଜୁ କରି ପୁଲିସ ଆଜି କୋର୍ଟ ଚାଲାଣ କରିଛି ବୋଲି ଆଇ ଆଇ ସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/11/new-project-13-2025-09-11-20-30-26.jpg)