ଓଡ଼ିଶା ପୁଲିସ ମୁଖ୍ୟାଳୟରେ ପୁଲିସ ସହିଦ ଦିବସ ପାଳିତ

କଟକ: କଟକ ପୁଲିସ ମୁଖ୍ୟାଳୟରେ ୬୩ତମ ପୋଲିସ ସହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଡିଜିପି ସୁନୀଲ କୁମାର ବଂଶଲ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସହିଦ ପୁଲିସଙ୍କର ଉଦ୍ଦେଶ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା ପାଠ କରିବା ପରେ ନିଜ ସମ୍ଭାଷଣ ରଖିଥିଲେ ଡିଜିପି। ସହୀଦ ପୁଲିସ ପରିବାରକୁ ସମବେଦନା ଜ୍ଞାପନା କରିଥିଲେ ଡିଜିପି।

ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଅମର ସହିଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ସହିଦ ପୁଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀିଦିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ, ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସର ଭୂମିକାକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର