କଟକ ରାଜନୀତି : ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ ହେଲେ ଜିଲ୍ଲା ଉପସଭାପତି

କଟକ: କଟକ ଜିଲ୍ଲା ବିଜେଡିର ଉପସଭାପତି, ସାଧାରଣ ସଂପାଦକ ଆଉ ସଂପାଦକଙ୍କ ନାମ ଘୋଷଣା କରାଯାଇଛି। କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ସୁପାରିଶରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ନିଯୁକ୍ତି ଦିଆଯାଇଛି ବୋଲି ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। ଜିଲ୍ଲାର ବରିଷ୍ଠ ନେତା, ପୂର୍ବତନ କର୍ପୋରେଟର ତଥା ବର୍ତ୍ତମାନ ନଗର ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିବା ଧର୍ମେଶ ନାୟକଙ୍କୁ ଜିଲ୍ଲା ଉପସଭାପତି ଭାବେ ନିଯୁକ୍ତ କରାଯାଇଛି।
ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କଟକ ଜିଲ୍ଲା ବିଜେଡିର ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ମହାପାତ୍ର, ଧର୍ମେଶ ନାୟକ, ପ୍ରଫୁଲ୍ଲ କୁମାର ବେହେରା (ପାକୁ), ପ୍ରେମଚାନ୍ଦ ନାୟକ, ଶରତ ଚନ୍ଦ୍ର ପ୍ରଧାନ, ଶୀବେନ୍ଦ୍ର ହାତୀ, ନୃସିଂହ ଚରଣ ମହାପାତ୍ର, ବିଜନ କୁମାର ସାହୁ, ଦେବେନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପଟ୍ଟନାୟକ, ବଳରାମ ପାତ୍ର, ଲକ୍ଷ୍ମୀଧର ପଶାୟତ, ସୁରେଶ ଚନ୍ଦ୍ର ସାହୁ, ଚିତ୍ତରଂଜନ ସାମଲଙ୍କୁ ନିଯୁକ୍ତ କରାଯାଇଛି।

ଏହି ୧୫ ଜଣଙ୍କ ମଧ୍ୟରେ ବାରବାଟୀ-କଟକ ଓ ଚୌଦ୍ବାର-କଟକରୁ ୩ ଜଣ ଲେଖାଏ ଥିବା ବ‌େଳେ ମାହାଙ୍ଗା ଓ ସଦରରୁ ୨ ଜଣ ଲେଖାଏ, ଆଠଗଡ, ବାଙ୍କୀ, ବଡମ୍ବା, ନିଆଳି, ସାଲେପୁରରୁ ଜଣେ ଲେଖାଏ ରହିଛନ୍ତି।
ସେହିଭଳି ଜିଲ୍ଲା ସାଧାରଣ ସଂପାଦକ ଭାବେ ୧୬ ଜଣଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଶାନ୍ତ ନାୟକ (ସଂଗଠନ), ପ୍ରଫୁଲ୍ଲ ପଣ୍ଡା, ସନାତନ ବେହେରା, ରମେଶ ଚନ୍ଦ୍ର ଜେନା, ରଂଜନ କୁମାର ଆଚାର୍ଯ୍ୟ, ପ୍ରଫୁଲ୍ଲ ବେ‌ହେରା, ହରିହର ପଣ୍ଡା, ଦିଲ୍ଲୀପ ‌ଦାଶ, ପ୍ରଦୀପ୍ତ କୁମାର ଦାଶ, ଗିରିଶ ଚନ୍ଦ୍ର ମହାପାତ୍ର, ଅଚ୍ୟୁତାନନ୍ଦ ଦାସ, ଅକ୍ଷୟ କୁମାର ମହାନ୍ତି, ନାରାୟଣ ନାୟକ, ସୌମିତ ମିତ୍ର-୧, ପ୍ରଶାନ୍ତ କୁମାର ଜେନା, ସମର ବେହେରା। ୧୬ ଜଣଙ୍କ ମଧ୍ୟରୁ ବାରବାଟୀ-କଟକ, ଚୌଦ୍ବାର-କଟକ, ସାଲେପୁର, ସଦର, ମାହାଙ୍ଗା, ବଡମ୍ବା, ଆଠଗଡ଼ ଅଞ୍ଚଳର ୨ ଜଣ ଲେଖାଏ ଥିବା ବେଳେ ବାଙ୍କୀ ଓ ନିଆଳିରୁ ଜଣେ ଲେଖାଏ ଅଛନ୍ତି।

ପ୍ରଶାନ୍ତ ନାୟକଙ୍କୁ ଲଗାତର ଭାବେ ଏହାକୁ ମିଶାଇ ୫ ଜଣ ସଭାପତିଙ୍କ ସହ ସାଧାରଣ ସଂପାଦକ (ସଂଗଠନ) ଭାବେ କାର୍ଯ୍ୟ କରିବାର ସୁଯୋଗ ଦଳର ମୁଖ୍ୟ ଦେଇଛନ୍ତି।
ସେହିଭଳି ଦିଲ୍ଲୀପ ନାଏକ, ସେକ ସାହାଜାନ, ଚିନ୍ମୟ କୁମାର ଭୋଳ, ପ୍ରଦୀପ୍ତ ମୋହନ କାନୁନଗୋ, ତ୍ରିଲୋଚନ ରାଉତ, ପ୍ରେମାନନ୍ଦ ସେଠୀ, ମହେନ୍ଦ୍ର ନାଏକ, ବିଶ୍ବନାଥ ଦାସ, ନିହାରରଂଜନ ମଲ୍ଲିକ, ଭାଗିରଥୀ ନନ୍ଦ, ଭିକାରି ପଣ୍ଡା, ରମେଶ ଚନ୍ଦ୍ର ଜେନା, ଶୁଭେନ୍ଦୁ ସାମଲ, ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରଣବ କିଶୋର ପଟେଲ, ଦୀପକ କୁମାର ମହାନ୍ତି, ଅଶୋକ କୁମାର ରାଉତ, ବିକ୍ରମ କେଶରୀ ଶତପଥୀ, ରାଜକିଶୋର ସାମ, ସୁରଂଜନ ପଣ୍ଡା, ପ୍ରେମାନନ୍ଦ ସେଠୀ, ତ୍ରୈଲୋକ୍ୟ ପଣ୍ଡା, ଅନିଲ ଭୂୟାଁ, ସମରଜିତ ବେହେରାଙ୍କୁ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଏହି ୨୪ ଜଣଙ୍କ ଭିତରେ ବଡମ୍ବାରୁ ୪ ଜଣ ଥିବା ବେଳେ ବାରବାଟୀ-କଟକ, ଆଠଗଡ, ସଦର, ବାଙ୍କୀ, ସାଲେପୁରରୁ ୩ ଜଣ ଲେଖାଏ, ଚୌଦ୍ବାର-କଟକ, ନିଆଳିରୁ ୨ ଜଣ ଲେଖାଏ ଓ ମାହାଙ୍ଗାରୁ ଜଣେ ଅଛନ୍ତି। ଗଦାଧର ସାହୁଙ୍କୁ ଜିଲ୍ଲା ବିଜେଡିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଗଦାଧର ସାହୁ ପୂର୍ବରୁ ମଧ୍ୟ ଜିଲ୍ଲା କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ ଯେ ନଗର ବିଜେଡି କାର୍ଯ୍ୟକାରୀ ସଭାପତି ପଦକୁ ନେଇ ବାରବାଟୀ-କଟକ, ଚୌଦ୍ବାର-କଟକ, ସଦର ମଧ୍ୟରେ ଟଣାଓଟରା ଲାଗିଥିଲା। ନଗର ବିଜେଡି ସଭାପତି ଭାବେ ଦଳର ବରିଷ୍ଠ ନେତା ମଧୁସୂଦନ ସାହୁଙ୍କୁ ଦଳର ମୁଖ୍ୟ ନିଯୁକ୍ତ କରିଥିଲେ। ସେ ବାରବାଟୀ-କଟକ ଅଞ୍ଚଳର ହୋଇଥିବାରୁ ସେହି ବାରବାଟୀ-କଟକରୁ ଅନ୍ୟତମ ବରିଷ୍ଠ ନେତା ଧର୍ମେଶ ନାୟକ କାର୍ଯ୍ୟକାରୀ ସଭାପତି ହେବାରୁ ଚୌଦ୍ବାର-କଟକ ଓ ସଦରରୁ ମଧ୍ୟ ପ୍ରତିନିଧିତ୍ବ ଦାବି ହୋଇଥିଲା। ଏଭଳି ସ୍ଥିତିରେ ଆଜି ଦଳ ପକ୍ଷରୁ ଧର୍ମେଶ ନାୟକଙ୍କୁ ସମ୍ମାନଜନକ ଭାବେ ଜିଲ୍ଲା ଉପସଭାପତି ପଦରେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର