ପୁଣି ବଢ଼ିଲା ଆଳୁ ଦର; କିଲୋ ୨୫, ଧଡ଼ା ୭୦ ଟଙ୍କା

କଟକ: ଅକ୍ଟୋବର ମାସରେ ତିନି ଥର ବଢ଼ିଲାଣି ଆଳୁ ଦର। ଅକ୍ଟୋବର ପ୍ରଥମ ସପ୍ତାହରେ ଆଳୁ କିଲୋ ପିଛା ୧୫ଟଙ୍କା, ଦ୍ବିତୀୟ ଓ ତୃତୀୟ ସପ୍ତାହରେ କିଲୋ ପିଛା ୧୮ରୁ ୨୦ ଟଙ୍କା ରହିଥିବା ବ‌େଳେ ଆଜି ଆଳୁ କିଲୋ ପିଛା ଦର ୨୫ଟଙ୍କା ରହିଛି। ପିଆଜ ପରେ ଆଳୁ ଦର ହଠାତ ବଢ଼ିଯିବା ଖାଉଟିଙ୍କୁ ଅଡୁଆରେ ପକାଇଛି। ଏପରିକି ଦୁଇ ଦିନ ପୂର୍ବରୁ କିଲୋ ପିଛା ଆଲୁ ୨୧ଟଙ୍କା ଥିଲା ବେଳେ ଆଜି କିଲୋକୁ ୨୫ଟଙ୍କାରେ ବିକ୍ରି ହୋଇଛି। କଟକର ଛତ୍ରବଜାରରେ ଗତକାଲି ଆଳୁ ଧଡା (୩ କିଲୋକୁ) ୬୦ ଟଙ୍କା ରହିଥିବା ବ‌େଳେ ଶୁକ୍ରବାର ବଜାରରେ ଆଳୁ ଧଡ଼ାକୁ ୭୦ ଟଙ୍କାରେ ଖାଉଟିଙ୍କୁ ବିକ୍ରି କରାଯାଇଛି। ସେହିପରି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ପରେ ବଢ଼ି ୪୫ରୁ ୫୦ ଟଙ୍କା ହୋଇଥିଲା। ଥରେ ବଢ଼ିଲା ପରେ ଆଉ ପିଆଜ ଦର ଆଉ ଖସୁ ନଥିବା ଜଣାପଡ଼ିଛି। ବର୍ଷାରେ ଫସଲ ନଷ୍ଟ ହେବା ଓ ନୂଆ ଫସଲ ଲାଗିବାରେ ବିଳମ୍ବ ହେଉଛି। ଏବେ ଗଚ୍ଛିତ ଥିବା ଆଳୁ ଉପରେ ସମସ୍ତେ ନିର୍ଭର କରୁଥିବାରୁ ଆଳୁ ଦର ବଢୁଛୁ। କଟକର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାରକୁ ପଶ୍ଚିମବଙ୍ଗରୁ ଆଳୁ ଆସିଥାଏ। ଏବେ ପଶ୍ଚିମବଙ୍ଗରେ ଆଳୁ କମ ରହିଛି। ପଶ୍ଚିମବଙ୍ଗ ବଜାର ଉପରେ ଓଡ଼ିଶା ସମେତ ଝାଡଖଣ୍ଡ, ଛତିଶଗଡ଼ ଆଦି ନର୍ଭର କରୁଛନ୍ତି। ସେସବୁ ରାଜ୍ୟରେ ବର୍ଷା ଓ ବନ୍ୟା ପାଇଁ ଅନ୍ୟ ପନିପରିବା ନଷ୍ଟ ହୋଇଯାଇଥିବାରୁ ସେମାନେ ଆଳୁ ଉପରେ ଅଧିକ ନିର୍ଭର କରୁଛନ୍ତି। ଏଥି ପାଇଁ ବେଙ୍ଗଲରେ ପ୍ରତି ଦିନ ଦର ବଢ଼ୁଥିବା ସୂଚନା ମିଳିଛି। ଛତ୍ରବଜାର ବ୍ୟବସାୟୀ ସଂଘ ସଂପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ, ଆମେ ଆଳୁ ପାଇଁ ସଂପୂର୍ଣ୍ଣ ଭାବେ ବେଙ୍ଗଲ ଉପରେ କରୁଛୁ। ବେଙ୍ଗଲରେ ଏବେ ଆଳୁ କମ ଷ୍ଟକ ରହିଛି। ବର୍ଷା ପାଇଁ ନୂଆ ଫସଲ ଲାଗିପାରି ନାହିଁ। ଏବେ ଓଡ଼ିଶା ସମତେ ଝାଡଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟ ବେଙ୍ଗଲରୁ ଅଧିକ ଆଳୁ ମଗାଉଥିବାରୁ ବେଙ୍ଗଲର ଚାଷୀ ଓ ବ୍ୟବସାୟୀମା‌ନେ ପ୍ରତିଦିନ ଆଳୁ ଦର ଉଚ୍ଚା କରୁଛନ୍ତି। ସୋମବାର ମଙ୍ଗଳବାର ବେଳକୁ ଆଳୁ ହୋଲ୍‌ସେଲ୍‌ରେ କ୍ବିଣ୍ଟାଲ ପିଛା ୧୫ଶହରୁ ୧୬ଟଙ୍କା ରହିଥିବା ବେଳେ ଆଜି କ୍ବିଣ୍ଟାଲ ପିଛା ଆଳୁ ୧୬୫୦ଟଙ୍କାରୁ ୧୭ଶହ ଟଙ୍କା ପଡ଼ୁଛି। ପୁଣି ଶେଷ ଆଳୁ ହୋଇଥିବାରୁ ଏଥିରେ ଅଧିକ ଦାଗି, ସଢ଼ା, ପଚା ଆଦି ଆସୁଛି ବୋଲି ସଂପାଦକ ଶ୍ରୀ ସୂଚନା ଦେଇଛନ୍ତି। ଗତକାଲି ଛତ୍ରବଜାରରେ ଖୁଚୁରାରେ ଧଡା (୩ କିଲୋକୁ) ୬୦ଟଙ୍କା ବିକ୍ରି ହେଉଥିବାରୁ ଆଜି ଧଡ଼ା ୭୦ ଟଙ୍କାରେ ବିକ୍ରି ହେଉଥିବା ଶ୍ରୀ ସାହୁ କହିଛନ୍ତି। ସେହିପରି ପିଆଜ ଅକ୍ଟୋବର ମାସରେ କିଲୋକୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ତାହା ୪୫ରୁ ୫୦ଟଙ୍କାରେ ବିକ୍ରି ହେଉଛି।

ସପ୍ତାହେ ତଳେ ଆଳୁ ଧଡ଼ା (ତିନି କିଲୋକୁ) ୪୦ରୁ ୪୫ ଟଙ୍କାରେ ଖାଉଟି କିଣୁଥିବା ‌ବେଳେ ପିଆଜ କିଲୋ ୨୫ଟଙ୍କାରୁ ୩୦ଟଙ୍କା ଥିଲା। କିନ୍ତୁ ୪/୫ଦିନ ହେଲା ଆଳୁ କିଲୋକୁ ୨୦ଟଙ୍କା ଓ ଧଡ଼ା ୫୦ରୁ ୫୫ଟଙ୍କାରେ ଖାଉଟିଙ୍କୁ ବିକ୍ରି କରାଯାଉଛି। ସେହିପରି ଏବେ ଖୁଚୁରାରେ ପିଆଜ କିଲୋକୁ ୪୫ରୁ ୫୦ଟଙ୍କା ଦରରେ ବିକ୍ରି ହେଉଛି। କଟକ ପ୍ରମୁଖ ପରିବା ମଣ୍ଡି ଛତ୍ରବଜାରକୁ ପଶ୍ଚିମବଙ୍ଗରୁ ଆଳୁ ମଗାଯାଏ। ଏବେ ପଶ୍ଚିମବଙ୍ଗରେ ଆଳୁର ଅଭାବ ନାହିଁ। କଟକକୁ ମଧ୍ୟ ଆବଶ୍ୟକ ପରିମାଣରେ ଆଳୁ ଆସୁଛି। କିନ୍ତୁ ଝାଡଖଣ୍ଡ, ଛତିଶଗଡ଼ ସମେତ କିଛି ରାଜ୍ୟ, ଓଡ଼ିଶାର ରାଉରକେଲା ଆଦି ଅଞ୍ଚଳରେ ବର୍ଷା ପାଇଁ ବ୍ୟାପକ ପରିବା ଚାଷ କ୍ଷତି ହୋଇଥିବାରୁ ସେସବୁ ଅଞ୍ଚଳରେ ଆଳୁର ଚାହିଦା ଅଧିକ ରହିଛି। ଏଥି ପାଇଁ ସେସବୁ ଅଞ୍ଚଳର ବ୍ୟବସାୟୀମାନେ ଚଢ଼ା ଦରରେ ପଶ୍ଚିମବଙ୍ଗରୁ ଆଳୁ ମଗାଇ ନେଇଛନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ଚାଷୀ ତଥା ବ୍ୟବସାୟୀମାନେ ଓଡ଼ିଶାକୁ ମଧ୍ୟ ଉଚ୍ଚା ଦରରେ ଆଳୁ ଦେଉଛନ୍ତି। ୬/୭ଦିନ ପୂର୍ବରୁ ଛତ୍ରବଜାରରେ ଆଳୁ ହୋଲସେଲ୍‌ ଦର କ୍ବିଣ୍ଟାଲ ପିଛା ୧୦୦୦/୧୧୦୦ ଟଙ୍କା ଥିବା ବେଳେ ‌ଏବେ କିନ୍ତୁ କ୍ବିଣ୍ଟାଲ ପିଛା ୧୨ଶହ/୧୩ଶହ ଟଙ୍କା ରହିଛି। ସେହି ଅନୁସାରେ ଖୁଚୁରା ବ୍ୟବସାୟୀମାନେ ଖାଉଟିଙ୍କୁ କିଲୋ ପିଛା ୧୮ଟଙ୍କାରୁ ୨୦ଟଙ୍କାରେ ବିକ୍ରି କରୁଛନ୍ତି। ‌ସେହିପରି ଛତ୍ରବଜାରକୁ ପିଆଜ ମହାରାଷ୍ଟ୍ରର ନାସିକ ଓ ଆନ୍ଧ୍ରପ୍ରଦେଶର କର୍ଣ୍ଣଲୁ ସମେତ କର୍ଣ୍ଣାଟକରୁ ଆସିଥାଏ। ନାସିକରେ ଏବେ ପୁରୁଣା ପିଆଜ କମ୍ ପରିମାଣରେ ଥିବା ବେଳେ ଲାଗି ଥିବା ନୂଆ ପିଆଜ ଦଶହରା ପରେ ଅର୍ଥାତ ନଭେମ୍ବର/ଡିସେମ୍ବର ବେଳକୁ ଅମଳ ହେବ। ଏବେ ନାସିକ ପିଆଜ କ୍ବିଣ୍ଟାଲ ପିଛା ୩୫ ଶହରୁ ୩୮ଶହ ଟଙ୍କା ପଡ଼ୁଥିବା ‌ବେଳେ କର୍ଣ୍ଣଲୁ ପିଆଜ ୩୨ଶହରୁ ୩୫ଶହ ଟଙ୍କା ପଡ଼ୁଛି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସଂପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି। କର୍ଣ୍ଣଲୁ ପାଖାପାଖି ୪ମାସ ପିଆଜ ଯୋଗାଇ ଥାଏ। କିନ୍ତୁ ବର୍ଷା ପାଇଁ ସେ ପିଆଜ ନଷ୍ଟ ହୋଇଯିବା ଓ ନାସିକରେ କମ୍ ପିଆଜ ମହଜୁଦ୍ ରହିବା କାରଣରୁ ଦର ଏପରି ବୃଦ୍ଧି ‌ହୋଇଛି। ଯଦି ଆଗକୁ ପାଗ ଅନୁକୂଳ ନ ହୁଏ, ତେବେ ପିଆଜ ଦର ଆହୁରି ବୃଦ୍ଧି ଘଟିବ ବୋଲି ଶ୍ରୀ ସାହୁ ଆକଳନ କରିଛନ୍ତି। କିନ୍ତୁ ଆଳୁ ଅଭାବ ନଥିବାରୁ ଏହାର ଦର କମିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର