କଟକ-ଜଗତପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁପକ୍କା ଘର ଭଳି ଯୋଜନାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ପ୍ରସାରରେ ଲାଗିଛନ୍ତି। କିନ୍ତୁ ଏହା ବାସ୍ତବରେ ଯୋଗ୍ୟ ହିତାଧିକାରୀଙ୍କ ଅଭାବ ପୂରଣରେ ଆସୁଛି କି ନାହିଁ,ସେନେଇ ପ୍ରଶାସନର ସେଥିପାଇଁ ଗୁରୁତ୍ୱ ନାହିଁ । ଯାହା ଫଳରେ ବହୁ ଉପଯୁକ୍ତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ମହାନଗର ନିଗମର ୪୮ ନମ୍ବର ୱାର୍ଡ ପୁରୁଣା ଜଗତପୁର ଠାକୁର ସାହି ଅଞ୍ଚଳର ପ୍ରଫୁଲ୍ଲ କୁମାର ସାହୁଙ୍କ ପରିବାରରେ। ପରିବାର କହିଲେ ପ୍ରଫୁଲ୍ଲଙ୍କ ପତ୍ନୀ, ନାବାଳକ ପୁଅ ଓ ନାବାଳିକା ଝିଅ । ଗଲା ଫନି ବାତ୍ୟାରେ ତାଙ୍କର ଦୁଇ ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା। ଉଠା ଦହିବରା ଦୋକାନ କରି ପରିବାର ଚଳାଇ ଆସୁଥିବା ପ୍ରଫୁଲ୍ଲ ସେହି ଭଙ୍ଗା ଘରେ ଜରିପାଲ ତଳେ ୩ବର୍ଷ ହେବ ଅତି ଦୟନୀୟ ଅବସ୍ଥାରେ ପରିବାର ସହ ରହି ଆସୁଛନ୍ତି। ସୀମିତ ରୋଜଗାର ଟଙ୍କାରେ ନୂତନ ଘର ଖଣ୍ଡିଏ ଗଢି ତୋଳିବା ପ୍ରଫୁଲ୍ଲଙ୍କ ପକ୍ଷେ ସମ୍ଭବ ହୋଇପାରୁନି।
ସାମାନ୍ୟ ବର୍ଷା ହେଲେ ଘରେ ପାଣି ପଶିଯିବାରୁ ତାଙ୍କ ପରିବାର ବଡଭାଇଙ୍କ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଥାନ୍ତି। ଘର ଖଣ୍ଡିଏ ପାଇବାକୁ ୨0୧୯ ମସିହାରେ ସି ଏମ ସି କର୍ତୃପକ୍ଷଙ୍କୁ ଆବେଦନ କରିଥିଲେ l ଦୀର୍ଘ ୨ ବର୍ଷ ଅପେକ୍ଷା କରିବାପରେ ସ୍ଥାନୀୟ କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ତହସିଲଦାର,ବିଧାୟକ,ଜିଲ୍ଲାପାଳଙ୍କ ନିକଟକୁ ଦୌଡି ଦୌଡ଼ି ଗୁହାରୀ କରି ନିରାଶ ହେlଇଛନ୍ତି। ଆଉ ଏବେ ଲୋକ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ତାଙ୍କର କନ୍ୟା ଖୁଲଣା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ବି କଲେଜ୍ ମାଡିବା ସମ୍ଭବ ହୋଇ ପାରି ନ ଥିଲl । ଏଭଳି ଗରିବ ପରିବାରକୁ ସରକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଫୁଲ୍ଲ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG-20220727-WA0038_6.jpg)