କଟକ: ପ୍ରେମ ସପ୍ତାହର ଶେଷ ଦିନ ଥାଏ ଭାଲେଣ୍ଟାଇନ୍ ଡେ। ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନରୁ ହିଁ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ପ୍ରେମୀଯୁଗଳ ଭିନ୍ନ ଭିନ୍ନ ଦିବସ ପାଳନ କରିଥାନ୍ତି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରେମୀଯୁଗଳ ଓ ନବବିବାହିତ ଦମ୍ପତିଙ୍କ ମଧ୍ୟରେ ରହିଥାଏ ଅଧିକ ଉତ୍କଣ୍ଠା। କିଏ କେକ୍ କାଟି ନିଜ ଆତ୍ମୀୟସ୍ବଜନଙ୍କ ସହ ଏହିଦିନ ପାଳିଥାଏ ତ’ କିଏ ତାରକା ହୋଟେଲକୁ ଯାଇ ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାଏ। ଭାଲେଣ୍ଟାଇନ୍ ଡେ’ର ପୂର୍ବଦିନ ରାତି ୧୨ ଟାରୁ ଆରମ୍ଭ ହୋଇଯାଏ ଏହି ଦିନ ପାଇଁ ସେଲିବ୍ରେସନ୍। କେକ୍ କାଟି ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି ଯୁବପିଢ଼ି। ଏହିଦିନକୁ ନଜରରେ ରଖି ବଜାରରେ ଭଳି କି ଭଳି କେକ୍ ଓ ପ୍ରେମୀଯୁଗଳଙ୍କ ପସନ୍ଦ ଅନୁଯାୟୀ ହୋଟେଲ ମାନଙ୍କରେ ମଧ୍ୟ କରାଯାଇଛି ବ୍ୟାପକ ପ୍ରସ୍ତୁତି।
ଡିମାଣ୍ତରେ ଭାଲେଣ୍ଟାଇନ୍ ହାର୍ଟ ସେପ୍ ରେଡ୍ ଭେଲ୍ଭେଟ୍ କେକ୍ ଓ ବ୍ଲୁ-ବେରି କେକ୍
ଭାଲେଣ୍ଟାଇନ୍ ଡେ’କୁ ନିଜ ପ୍ରିୟଜନଙ୍କ ସହ ଧୁମଧାମ୍ରେ ପାଳନ କରିବା ନେଇ ଯୁବପିଢ଼ିଙ୍କ ମଧ୍ୟରେ ରହିଛି ଢ଼େର ଉତ୍କଣ୍ଠା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସଭିଏଁ। ଏହି ଦିନକୁ ପାଳନ କରିବା ପାଇଁ କେକ୍ ଦେକାନମାନଙ୍କରେ ଲୋକେ ଆଗୁଆ କେକ୍ ଅର୍ଡର ମଧ୍ୟ କରୁଛନ୍ତି। ଏହି ଦିନକୁ ସ୍ମରଣୀୟ କରିବା ଲାଗି କେତେକ ନବଦମ୍ପତି ଓ ପ୍ରେମୀଯୁଗଳ ତାରକା ହୋଟେଲ୍ ମଧ୍ୟ ବୁକ୍ କରୁଛନ୍ତି। ଚାହିଦାକୁ ନଜରରେ ରଖି ଦୋକାନମାନଙ୍କରେ ରହିଛି ଭିନ୍ନ ଭିନ୍ନ ପ୍ରକାରର ଭାଲେଣ୍ଟାଇନ୍ କେକ୍। କେକ୍ ମଧ୍ୟରେ ରେଡ୍ ଭେଲଭେଟ୍ କେକ୍, ବ୍ଲୁ-ବେରି କେକ୍, ହାର୍ଟ ସେପ୍ ରେଡ୍ ଭେଲଭେଟ୍ କେକ୍, ବ୍ଲାକ ଫରେଷ୍ଟ ହାର୍ଟ କେକ୍, ଭ୍ୟାନିଲା ହାର୍ଟ କେକ୍, ଷ୍ଟ୍ର-ବେରି ହାର୍ଟ କେକ୍ ଇତ୍ୟାଦି ରହିଛି। ଏଥି ମଧ୍ୟରୁ ହାର୍ଟ ସେପ୍ ରେଡ୍ ଭେଲଭେଟ୍ କେକ୍ ଓ ବ୍ଲୁ-ବେରି କେକ୍ର ଡିମାଣ୍ତ ଅଧିକ ରହିଛି। କେକ୍ ଦର ୨୫୦ ଶହରୁ ଆରମ୍ଭ ହୋଇ ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।
/sambad/media/post_attachments/wp-content/uploads/2022/02/WHATSAPP-IMAGE-2022-02-12-AT-65814-PM-1084215.jpg)
ହୋଟେଲ୍ରେ ବ୍ୟାପକ ପ୍ରସ୍ତୁତି
ରେଡ୍ ଭେଲଭେଟ୍ କେକ୍ କମ୍ପ୍ଲିମେଣ୍ଟାରି ସହ ପନିର୍ କରିଅଣ୍ତର୍ ରୋଲ୍, ରୋମିଓ ଜୁଲିଏଟ୍ ସ୍ପେସାଲ୍ ରହିଛି। ଭାଲେଣ୍ଟାଇନ ଡେ’ ସୋମବାର ରହିଥିବାରୁ ଉଭୟ ଆମିଷ ଓ ନରାମିଷ ଖାଦ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ଗ୍ରାହକଙ୍କ ପାଇଁ କ୍ୟାଣ୍ତେଲ୍ ଲାଇଟ୍ ଡିନର୍ ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ଟେବୁଲରେ ସ୍ପେସାଲ ଭାବେ ରେଡ୍ ଭେଲଭେଟ୍ କେକ୍, ଗୋଲାପ ଫୁଲର ବ୍ୟବସ୍ଥା କରାଯାଇଛି। ଭାଲେଣ୍ଟାଇନ୍ ଥିମ୍ ଭାବେ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ନାଲି ବେଲୁନରେ ସଜାଯିବ। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମକ୍ଟେଲ୍ରେ ରୋମିଓ ଜୁଲିଏଟ୍, ପନିର କରିଅଣ୍ତର୍ ରୋଲ୍, କ୍ବଣ୍ଟି ପାର୍ଟି ଡ୍ରପ୍, ମଖ୍ମଲି କବାବ୍ ଇତ୍ୟାଦି ରହିଛି। ଏହାସହ ଡେଜର୍ଟରେ ଭାଲେଣ୍ଟାଇନ୍ ସୋଫଇ, କପଲ୍ ଲଭ୍ ପୁଡ଼ିଂ, ଲଭ୍ ପାଏ ରହିଛି। ଏହା ୧୩ ତାରିଖ ରବିବାରରୁ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ରହିବ।
ରୀତେଶ ନାୟକ, ମ୍ୟାନେଜର୍-ଗ୍ରାଣ୍ତ ରେସିଡେନ୍ସି ହୋଟେଲ
କପଲ୍ କ୍ୟାଣ୍ତେଲ୍ଲାଇଟ୍ ଡିନର୍ ସ୍ପେସାଲ୍
ହୋଟେଲକୁ ଭାଲେଣ୍ଟାଇନ୍ ଡେ’ ପାଇଁ ସମ୍ପୂର୍ଣ୍ଣ ଭାବେ ବେଲୁନ୍ରେ ସଜା ଯିବ। ନବଦମ୍ପତି ଓ ଯୁବପିଢ଼ିଙ୍କ ପାଇଁ କପଲ୍ କ୍ୟାଣ୍ତେଲ୍ଲାଇଟ୍ ଡିନର୍ ସ୍ପେସାଲ୍ର ବ୍ୟବସ୍ଥା କରାଯାଇଛି। ଏହାସହ କପଲ୍ମାନଙ୍କୁ ହୋଟେଲ ପକ୍ଷରୁ ଫ୍ଲାୱାର୍ ବୁକେ ଓ ଉପହାର ଦିଆଯିବାର ବ୍ୟବସ୍ଥା ରହିଛି। ଖାଦ୍ୟ ମଧ୍ୟରେ ଭାଲେଣ୍ଟାଇନ୍ ସ୍ପେସାଲ୍ ଦମ୍ ଆଫଗାନୀ ବିରିୟାନୀ, ଭେଜ ଦିୱାନି ହାଣ୍ତି, କୁଙ୍ଗ ପାୱ ଚିକେନ୍, ହନି ଗ୍ଲାଜେଡ଼୍ ଚିକେନ, ଚିକେନ୍ ଇରାନି ସ୍ବତନ୍ତ୍ର ରହିଛି।
ଉମାକାନ୍ତ ପରିଡ଼ା, ମ୍ୟାନେଜର୍-ହୋଟେଲ୍ ଶୀତଲ୍
ରେଡ୍ ଥିମ୍ ଫୁଡ୍ ଆଣ୍ତ ଡେକୋରେସନ୍
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କିଛି ନୂଆ କରିବା ପାଇଁ ରେଷ୍ଟୁରାଣ୍ଟ ପକ୍ଷରୁ ପ୍ରୟାସ କରାଯାଇଛି। ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ଭାଲେଣ୍ଟାଇନ ଡେ ପାଇଁ ସସମ୍ତ ଫୁଡ୍, ଡେକୋରେସନ୍କୁ ରେଡ଼୍ ଥିମ୍ରେ କରାଯିବ। ରୁଫ୍ ଟପ୍କୁ ସମ୍ପୂର୍ଣ୍ଣ ଭାବେ ସଜାଯିବ। ଏହାସହ ଖାଦ୍ୟରେ ରେଡ୍ ଭେଲଭେଟ୍ ଡେଜର୍ଟ, ମୁର୍ଗ ଦିଲଖୁସ କବାବ, ରାନ୍-ଏ-ଶିକନ୍ଦର, ବିଟ୍ରୁଟ୍ ଚିଜ୍ ଟିକ୍କି, କନ୍ଦାରୀ କଟେଜ୍ ଚିଜ୍ ଟିକ୍କି, ବିଟ୍ରୁଟ୍ ଗଲୋଟି କବାବ ରହିଛି। ଏହାସହ ଗତ ୭ ତାରିଖ ଠାରୁ ବ୍ଲାଷ୍ଟର ସୋସିଆଲ ମିଡ଼ିଆ ପେଜ୍ରେ ଭାଲେଣ୍ଟାଇନ ପାଇଁ ଏକ ପ୍ରତିଯୋଗିତା ବା ଭାଲେଣ୍ଟାଇନ କନ୍ଟେଷ୍ଟ ଆରମ୍ଭ ହୋଇଥିଲା। ଯେଉଁଥିରେ ଗୋଟିଏ କପଲଙ୍କୁ ବିଜୟୀ ଭାବେ ଚୟନ କରାଯାଇଛି। ଏବଂ ସୋମନଙ୍କୁ ରେଷ୍ଟୁରାଷ୍ଟ ତରଫରୁ କ୍ୟାଣ୍ତେଲ ଲାଇଟ ଡ଼ିନର ସହ କମ୍ପ୍ଲିମେଣ୍ଟାରୀ ଫୁଡ଼୍, ମକ୍ଟେଲ ଓ ଡେଜର୍ଟ ଉପହାର ସ୍ବରୂପ ପ୍ରଦାନ କରାଯିବ।
ସୁମିତ୍ କୁମାର ସାହୁ, ସତ୍ତ୍ବାଧିକାରୀ-ବ୍ଲାଷ୍ଟ୍
ସେଲ୍ଫି କର୍ଣ୍ଣର୍, ଖାଦ୍ୟରେ ଚିକେନ୍ ଦିଲ୍ରୁବା
ଭାଲେଣ୍ଟାଇନ୍ ଡେ ପାଇଁ ହୋଟେଲ ପକ୍ଷରୁ ଭଳି କି ଭଳି ଖାଦ୍ୟର ବ୍ୟବସ୍ଥା କରାଯାଇଛି। ନବଦମ୍ପତି ଓ ଯୁବପିଢ଼ିଙ୍କ ପାଇଁ ପ୍ରତ୍ୟେକ ଟେବୁଲ୍ରେ ରୋଜ୍ ବୁକେ୍ ପ୍ରଦାନ କରାଯିବ। ହୋଟେଲକୁ ରେଡ୍ ଥିମ୍ରେ ସଜା ଯିବା ସହ ସ୍ବତନ୍ତ୍ର ଭାବେ ସେଲ୍ଫି କର୍ଣ୍ଣର୍ର ବ୍ୟବସ୍ଥା କରାଯାଇଛି। ଖାଦ୍ୟରେ ଚିକେନ୍ ଦିଲ୍ରୁବା, ଲବଷ୍ଟର୍ ଗାର୍ଲିକ୍, ଭେଜ ଦିୱାନି ସ୍ବତନ୍ତ୍ର ରହିଛି। ଏହା ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରହିବ।
ଅଭୟ କୁମାର ପରିଡ଼ା, ସତ୍ତ୍ବାଧିକାରୀ-ହୋଟେଲ୍ ବିଏନ୍ସନ୍ ବ୍ଲୁ
/sambad/media/post_attachments/wp-content/uploads/2022/02/WHATSAPP-IMAGE-2022-02-12-AT-65515-PM084211.jpg)
କବାବ୍ ପ୍ଲାଟର୍ ସ୍ପେସାଲ୍
ଭାଲେଣ୍ଟାଇ୍ନ ଡେ’କୁ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର କରିବା ପାଇଁ ସସମ୍ତ ବ୍ୟବସ୍ଥା କରାଯାଇଛି। ହୋଟେଲକୁ ସଜାଯିବା ସହ ଭଳିକି ଭଳି ଖାଦ୍ୟର ବ୍ୟବସ୍ଥା ରହିଛି। ଖାଦ୍ୟ ମଧ୍ୟରେ କବାବ୍ ପ୍ଲାଟର୍, ମଲାଇ ପ୍ରନ୍, ମୁର୍ଗ ଆଫଗାନୀ, ମୁର୍ଗ ଜାଫ୍ରାନୀ ସ୍ବତନ୍ତ୍ର ରହିଛି। ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ରହିବ।
ମହମ୍ମଦ ଅସରଫ୍, ମ୍ୟାନେଜର୍-ଗୋଲ୍ଡେନ୍ ସ୍ପୁନ୍
ଡେଜର୍ଟ କମ୍ପ୍ଲିମେଣ୍ଟାରି ରହିଛି
ହୋଟେଲକୁ ସମ୍ପୂର୍ଣ ଭାବେ ରେଡ୍ ଥିମ୍ରେ ଡେକୋରେଟ୍ କରାଯିବ। ଗ୍ରାହକଙ୍କ ପାଇଁ ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ହୋଟେଲରେ ଭାଲେଣ୍ଟାଇନ୍ ଉତ୍ସବ ପାଳନ କରାଯିବ। ଗ୍ରାହକଙ୍କ ପାଇଁ ଡେଜର୍ଟ ସମ୍ପୂର୍ଣ୍ଣ ଭାବେ କମ୍ପ୍ଲିମେଣ୍ଟାରି ରହିଛି। ଖାଦ୍ୟ ମଧ୍ୟରେ ଲବଷ୍ଟର୍, ପାମ୍ପଲେଟ୍, ଲାକ୍ଟୋ ଚିକେନ୍, ଡାବ୍ ଚିଙ୍ଗଡ଼ି ସ୍ବତନ୍ତ୍ର ରହିଛି।
ଭାନୁପ୍ରକାଶ ମହାପାତ୍ର, ମ୍ୟାନେଜର୍-ଆଦିତ୍ୟ ସ୍ପାଇସ୍ ହୋଟେଲ
ହାର୍ଟ ସେପ୍ କେକ୍ର ଡିମାଣ୍ତ ଅଧିକ
ପ୍ରେମ ଦିବିସକୁ ପାଳନ କରିବା ପାଇଁ ଯୁବପିଢ଼ି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏହାକୁ ନଜରରେ ରଖି ବେକ୍ ସପ୍ ପକ୍ଷରୁ ଭଳିକି ଭଳି କେକ୍ ପ୍ରସ୍ତୁତ କରାଯାଇଛି। ଭାଲେଣ୍ଟାଇନ୍ ଡେ’ରେ ବେପାର ଭଲ ହେବ ବୋଲି ଆଶା ରହିଛି।
ସାଗର ପାଲ୍,
ବେକ୍ ସପ୍, କଲେଜ ସ୍କୋୟାର୍
୨୦ରୁ ଅଧିକ ଅର୍ଡର୍ ରହିଛି
ଭାଲେଣ୍ଟାଇନ ଡେ’କୁ ପାଳିବାକୁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏପରିକି ଆଗୁଆ କେକ୍ର ଅର୍ଡର୍ ମଧ୍ୟ କରୁଛନ୍ତି ଯୁବପିଢ଼ି। ଏବେ ଯାଏ ୨୦ରୁ ଅଧିକ କେକ୍ ପାଇଁ ଅର୍ଡର ଆସିସାରିଛି। ଆଶା ରହିଛି ଦୁଇଦିନ ଭଲ ବେପାର ହେବ। କେକ୍ ମଧ୍ୟରେ ହାର୍ଟ ସେପ୍ ରେଡ୍ ଭେଲଭେଟ୍ କେକ୍ ଓ ବ୍ଲୁ-ବେରି କେକ୍ର ଡିମାଣ୍ତ ଅଧିକ ରହିଛି। କେକ୍ ଦର ୨୫୦ଶହ ଟଙ୍କାରୁ ଆରମ୍ଭ ହୋଇ ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।
ଶୁଭେନ୍ଦୁ ପାଣି,
ମିଓ ଆମୋରେ, ଲିଙ୍କରୋଡ୍