କଟକ: କଟକର ଐତିହାସିକ ବାଲିଯାତ୍ରା ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥର ବାଲିଯାତ୍ରାକୁ ଗିନିଜ ବୁକ ଅଫ ଓ୍ଵାଲ୍ର୍ଡ ରେକର୍ଡରେ ସ୍ଥାନିତ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଛି।
ବାଲିଯାତ୍ରା ନେଇ ଆଜି ମହାନଗର ନିଗମ ସମ୍ମିଳନୀକକ୍ଷରେ ବୈଠକ ବସିଥିଲା। ପ୍ଲଟ ଦର ବୃଦ୍ଧି ଓ ନିଲାମ ପ୍ରକ୍ରିୟା ପାଇଁ ଜିଲ୍ଲାପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ଦୃଢ଼ ଭାବେ ବିରୋଧ କରି ପ୍ରସ୍ତୁତି ବୈଠକରେ ବିଜେଡି କର୍ପୋରେଟରଙ୍କ ହୋହାଲ୍ଲା ପାଟିତୁଣ୍ଡ ହୋଇଥିଲା। ବାଲିଯାତ୍ରାର ବ୍ୟବସାୟୀକରଣ କରାଯାଇଥିବା ନେଇ ବିଜେଡି କର୍ପୋରେଟରଙ୍କ ଅଭିଯୋଗ କରିଥିବାେବେଳ ବିନା କୌଣସି ଆଲୋଚନା କରି ଏପରି ହଠାତ ନିଷ୍ପତ୍ତି କିଭଳି ଭାବେ ନିଆଗଲା ବୋଲି ସମସ୍ତ କର୍ପୋରେଟର ମାନେ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ, ସିଏମସି କମିସନର, ମେୟର, ଚୌଦ୍ୱାର-କଟକ ବିଧାୟକ, ବାରବାଟୀ-କଟକ ବିଧାୟକ, ଡେପୁଟି ମେୟର, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ୱାର୍ଡର କର୍ପୋରେଟର ଉପସ୍ଥିତ ରହିଥିଲେ। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି।
ବାଲିଯାତ୍ରାକୁ ଗିନିଜ ବୁକ୍ ଅଫ ରେକର୍ଡ଼ରେ ସ୍ଥାନିତ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆରା ପ୍ରୟାସ କରାଯିବ। ୧୫ ମିନିଟ୍ରେ ୧୦ ହଜର କାଗଜ ଡ଼ଙ୍ଗା ପ୍ରସ୍ତୁତ କରିବା ସହ ବାଲିଯାତ୍ରା ଓ ନୌବାଣିଜ୍ୟ ଇତିହାସକୁ ନେଇ ମଡ଼େଲ(ଟାବୁଲ) ଭୁବନେଶ୍ବର ସମେତ କଟକର ଆଖପାଖ ଅଞ୍ଚଳ ବୁଲିବା ନେଇ ଯୋଜନା କରାଯିବା ନେଇ ବୈଠକରେ ସିଏମସି କମିସନର ସୂଚନା ଦେଇଛନ୍ତି। ସେହିପରି ପ୍ଲାଷ୍ଟିକ ମୁକ୍ତ ଓ ଆବର୍ଜନା ମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରାଯାଇଛି ବୋଲି କହିଛନ୍ତି ମେୟର।