ଚୌଦ୍ୱାର: ବହୁଚର୍ଚ୍ଚିତ କଟକର କେଶବ ବେହେରା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ ସଜ୍ଜା କାଟୁଥିବା ଶୁଭ୍ରାଂଶୁ ଦାଶଙ୍କର ଶନିବାର ଚୌଦ୍ୱାର ଜେଲରେ ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁସାରେ ଶୁଭ୍ରାଂଶୁ (୩୫)ଙ୍କର ଛାତି ଯନ୍ତ୍ରଣା ହେଉଥିଲା। ଜେଲ କର୍ତ୍ତୃପକ୍ଷ ଏବାବଦରେ ଜାଣିବା ପରେ ତାଙ୍କୁ ଆଜି ଅପରାହ୍ଣ ୩ଟା ୩୦ରେ କଟକ ବଡ଼ମେଡିକାଲ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଛି। ଶୁଭ୍ରାଂଶୁର ଛାତି ଯନ୍ତ୍ରଣା କେବେ ଠାରୁ ହେଉଥିଲା, ତା’ର ଚିକିତ୍ସା ପାଇଁ କର୍ତ୍ତୃପକ୍ଷ ତରଫରୁ କ’ଣ ପଦକ୍ଷେପ ନିଆଯାଇଥିଲା ଅଥବା କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।
ସୂଚନାଯୋଗ୍ୟ ହତ୍ୟାକାଣ୍ଡ ଘଟଣାରେ ଦୋଷି ସାବ୍ୟସ୍ତ ହେବା ପରେ ଶୁଭ୍ରାଂଶୁ ୨୦୧୩ରୁ ଜେଲରେ ବନ୍ଦୀ ଜୀବନ କଟାଉଥିଲା।