କଟକ: ମାତ୍ର ୨୨ସେକେଣ୍ଡ୍ରେ ଓଡ଼ିଶୀ ନୃତ୍ୟର ୫୧ଟି ଜଟିଳ ହସ୍ତମୁଦ୍ରାକୁ ସହଜ, ସରଳ ଭାବେ ପ୍ରଦର୍ଶନ କରିପାରୁଛନ୍ତି ୫ମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ। ଆଉ ଏଥିପାଇଁ ସେ ‘ଇଣ୍ଡିଆ ବୁକ୍ ଅଫ୍ ରେକେର୍ଡ’ରେ ସ୍ଥାନ ପାଇ କଟକ ସହର ତଥା ରାଜ୍ୟ ପାଇଁ ଗର୍ବ ଅର୍ଜନ କରିଛନ୍ତି। ମନୋରଞ୍ଜନ ସ୍ବାଇଁ ଓ ପିଏସ୍. ପ୍ରିୟଦର୍ଶିନୀଙ୍କ ଝିଅ ପ୍ରିୟାଂଶୀ ଏବେ କଲେଜଛକ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ୫ମ ଶ୍ରେଣୀରେ ପଢ଼ୁଛନ୍ତି।
ଶିକ୍ଷା ସମେତ ଓଡ଼ିଶୀ ନୃତ୍ୟ, ମଡେଲିଂ, ପେଣ୍ଟିଂ ଓ ବକ୍ତୃତା ଆଦିରେ ତାଙ୍କର ଅସାଧାରଣ ଦକ୍ଷତା ଓ ପ୍ରତିଭା ରହିଛି। ଓଡ଼ିଶୀ ନୃତ୍ୟର ବ୍ୟାକରଣକୁ ବୁଝିବା ସହିତ ସମସ୍ତ ହସ୍ତମୁଦ୍ରାକୁ ନିଖୁଣ ଭାବେ ପ୍ରଦର୍ଶନ କରିପାରୁଛନ୍ତି। ଏଭଳି ବିରଳ ପ୍ରତିଭା ପାଇଁ ସେ ନିଜ ପରିବାର ସହ ବିଦ୍ୟାଳୟ ଓ କଟକ ପାଇଁ ଗୌରବ ଆଣିପାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Priyanshi-Priyadarshini1.jpg)