ବର୍ଷାରେ ବେହାଲ କଟକ, ବିଳମ୍ବିତ ରାତି ଯାଏ ବିଦ୍ୟୁତ୍‌ ବିଭ୍ରାଟ, ନୂଆ ମେୟର୍‌ ଓ ନିର୍ବାଚିତ କାଉନ୍‌ସିଲ୍ ପାଇଁ ଅଡ଼ୁଆ ବଢ଼ିଲା

କଟକ: ତାତିରୁ ମିଳିଛି ଆଶ୍ବସ୍ତି। କଟକ ସହର ସମେତ ସାରା ଜିଲ୍ଲାରେ ଆଜି ସଂଧ୍ୟାରୁ ଘଡଘଡି ସହ ବର୍ଷା ଲାଗି ରହିଛି। ଫଳରେ ଦୀର୍ଘଦିନ ହେଲା ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି ମିଳିଛି। କିନ୍ତୁ କିଛି ସମୟ ବର୍ଷାରେ କଟକର ବିଭିନ୍ନ ସାହିବସ୍ତିରେ ବେହାଲ ସ୍ଥିତି ସିଏମସିର ନବ ନିର୍ବାଚିତ କାଉନସିଲ୍ ବିଶେଷକରି ନୂଆ ମେୟର ସୁବାସ ସିଂହଙ୍କ ପାଇଁ ଅଡୁଆ ବଢାଇଛି। ଆଜି କେତେକ ଅଞ୍ଚଳରେ ପାଣି ଜମି ଯିବା ସହିତ ରାସ୍ତାରେ ପଙ୍କ ଯୋଗୁଁ ବିପର୍ଯ୍ୟସ୍ତ ସ୍ଥିତି ସୃଷ୍ଟି ହୋଇଛି।  କଟକ ସହରର ବିଭିନ୍ନ ସ୍ଥାନରେ ନାଳରୁ ପଙ୍କ କଢା ଯାଇ ରାସ୍ତା କଡରେ ଜମା କରାଯାଇଥିବା ବେଳେ ବର୍ଷା ଯୋଗୁଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି।

ପଙ୍କ ପୁଣି ନାଳରେ ପଶି ଥିବା ବେଳେ ରାସ୍ତାରେ ଯିବା ଆସିବାରେ ବି ସମସ୍ୟା ସୃଷ୍ଟି ହୋଇଛି। କଟକ ସହର ସମେତ ଜିଲ୍ଲାର ୧୪ଟି ବ୍ଲକ୍‌ରେ ଆଜି ଘଡଘଡ଼ି ସହ ବର୍ଷା ଲାଗି ରହିବା ଫଳରେ ବିଦ୍ୟୁତ୍‌ ବିଭ୍ରାଟ ଦେଖା ଦେଇଛି। ରାତି ପ୍ରାୟ ୧୧ଟା ଯାଏ ବର୍ଷା ଲାଗି ରହିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର