ଏସ୍‌ସିବିରୁ ପଦୋନ୍ନତି ପାଇଲେ ୨୩ ଡାକ୍ତର: ୨୨ ଜଣଙ୍କୁ ପ୍ରଫେସର, ୧୬ଙ୍କୁ ଆସୋସିଏଟ୍‌ ପ୍ରଫେସର ପଦବି

କଟକ: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କଲେଜ ଅଧ୍ୟାପକଙ୍କ ବଦଳି ଓ ପଦୋନ୍ନାତି ତାଲିକା ପ୍ରକାଶ ପାଇଛି। ଆସିଷ୍ଟାଣ୍ଟରୁ ଆସୋସିଏଟ୍‌ ପ୍ରଫେସର ଭାବେ ୧୬ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ୨୨ ଜଣଙ୍କୁ ଆସୋସିଏଟ ପ୍ରଫେସରରୁ ପ୍ରଫେସର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଏସ୍‌ସିବିରୁ ୧୨ଜଣ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସରକୁ ପଦୋନ୍ନତି ପାଇଥିବା ବେଳେ, ୧୧ଜଣ ଆସିଷ୍ଟାଣ୍ଟ ପ୍ରଫେସରରୁ ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ପାଇଛନ୍ତି।
ଆସୋସିଏଟ୍ ପ୍ରଫେସରରୁ ପ୍ରଫେସର ପଦୋନ୍ନତି ପାଇଛନ୍ତି କାର୍ଡିଓଲୋଜି ବିଭାଗର ଡାକ୍ତର ସୁର କିଶୋର ମିଶ୍ର, ଏଫଏମଟିର ଡାକ୍ତର ଅମରେନ୍ଦ୍ର ନାୟକ, ଜେନେରାଲ ମେଡିସିନର ଡାକ୍ତର ଗଣେଶ୍ବର ସେଠୀ, ଡାକ୍ତର ପ୍ରଭାତ ଥାଟ୍ଟୋଇ, ଡାକ୍ତର ମନୋରଞ୍ଜନ ବେହେରା, ଡାକ୍ତର ରାମଚନ୍ଦ୍ର ସେଠୀ, ମାଇକ୍ରୋ ବାୟେ‌ାଲୋଜିର ଡାକ୍ତର ବି.ପି ପତି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ସୁରେନ୍ଦ୍ରନାଥ ସୋରେନ୍‌, ଡାକ୍ତର ରଞ୍ଜିତା ଘଡେଇ, ଡାକ୍ତର ସୁଜାତା ସିଂହ, ଅପଥା‌ଲମୋଲୋଜିର ଡାକ୍ତର ସୁରେଶ କୁମାର ସ୍ବାଇଁ, ଅର୍ଥୋପେଡିକର ଡାକ୍ତର ଅନିଲ କୁମାର ସାହୁ, ଡାକ୍ତର ମନୋରଞ୍ଜନ ମଲ୍ଲିକ, ପେଡିଆଟ୍ରିକର ଡାକ୍ତର ଏସ୍‌. ମିଶ୍ର, ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ, ପାଥୋଲୋଜିର ଡାକ୍ତର ରୂପା ଦାସ, ଫାର୍ମାକ‌ୋଲୋଜିର ଡାକ୍ତର ପ୍ରୀତି ଦାସ, ଜେନେରାଲ ସର୍ଜରିର ଡାକ୍ତର ହରେକୃଷ୍ଣ ମାଝି, ଡାକ୍ତର ନରେନ୍ଦ୍ର ନାଥ ସ୍ବାଇଁ, ଡାକ୍ତର କୋରେଶ ପ୍ରସାଦ ଦାଶ, ଡାକ୍ତର ରମାକାନ୍ତ ମହାନ୍ତି, ଡାକ୍ତର ଭାରତ କୁମାର ବେହେରା।

ସେହିଭଳି ଆସିଷ୍ଟାଣ୍ଟ ପ୍ରଫେସରରୁ ଆସୋସିଏଟ୍‌ ପ୍ରଫେସର ଭାବେ ପଦୋନ୍ନତି ପାଇଛନ୍ତି ନିଶ୍ଚେତକ ବିଭାଗର ଡାକ୍ତର ଚିତ୍ତରଞ୍ଜନ ପାଣିଗ୍ରାହୀ, ଡାକ୍ତର ବିଷ୍ଣୁପ୍ରସାଦ ମହାପାତ୍ର, ଡାକ୍ତର କମଳାକା‌ନ୍ତ ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ମିଶ୍ର, କାର୍ଡିଓଲୋଜି ବିଭାଗର ଡାକ୍ତର ଦୀପକ ରଞ୍ଜନ ଦାସ, ନେଫ୍ରୋଲୋଜି ବିଭାଗର ଡାକ୍ତର ଅରୁଣା ଆଚାର୍ଯ୍ୟ, ଅପଥାଲମୋଲୋଜିର ଡାକ୍ତର ରାଜଶ୍ରୀ ରାଉତ୍‌, ଅଥୋପେ‌ଡିକର ଡାକ୍ତର ସୁଧୀର କୁମାର ମହାପାତ୍ର, ଡାକ୍ତର ଏସ୍‌. ସୋରେନ୍‌, ପେଡିଆଟ୍ରିକ ସର୍ଜରିର ଡାକ୍ତର ମାନସ ରଞ୍ଜନ ଦାଶ, ପାଥୋଲୋଜିର ଡାକ୍ତର ପ୍ରଦୀପ କୁମାର ବେହେରା, ଡାକ୍ତର ପରିମିତା ସାହୁ, ଡାକ୍ତର ସୁମିତା ତ୍ରିପାଠୀ, ଡାକ୍ତର ଅପରାଜିତ ମିଶ୍ର, ପ୍ଲାଷ୍ଟିକ ସର୍ଜରିର ଡାକ୍ତର ପୃଥ୍ବୀରାଜ ସିଂହ, କମ୍ୟୁନିଟି ମେଡିସିନର ଡାକ୍ତର ସଙ୍ଗୀତା ଦାଶ, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିର ଡାକ୍ତର ସତ୍ୟ ପ୍ରସାଦ ସାମନ୍ତରାୟ।

ସମ୍ବନ୍ଧିତ ଖବର