କଟକ: ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡ଼ିବା ପ୍ରସଙ୍ଗରେ କଟକରେ ପ୍ରତିବାଦର ସ୍ବର ଉଠିଛି। କଟକ ମଙ୍ଗୁଳିଛକ ଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ିଗୁଡ଼ିକୁ ଅଟକା ଯାଉଛି। ସ୍ଥାନୀୟ ଅଞ୍ଚଳର କିଛି ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡ଼ିକୁ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକ ରଖାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

Advertisment

ପ୍ରତିବାଦକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ। ମମତା ଦିଦି ବି ଆଳୁ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମମତା ବାନାର୍ଜୀ ନିଜର ପ୍ରତିଶ୍ରୁତି ରକ୍ଷା ନକରି ଓଡ଼ିଶା ପ୍ରତି ବୈମାତୃକ ମନେଭାବ ପୋଷଣ କରୁଛନ୍ତି।