ବାରଙ୍ଗ : ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଠିକରେ ରିଲିଫ, ସହାୟତା ଦେବା ସହ ପୁନର୍ବାସ ଦାବିରେ ଆଜି ଏସ୍.ୟୁ.ସି.ଆଇ.(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ବାରଙ୍ଗ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାତ୍ୟାର ୧୦ ଦିନ ପରେ ମଧ୍ୟ ଉପଯୁକ୍ତ ସହାୟତା କ୍ଷତିଗ୍ରସ୍ତ ଜନସାଧାରଣ ପାଇନାହାନ୍ତି। ଠିକ ଭାବେ ସରକାରୀ ସର୍ଭେ କରାଯାଉନାହିଁ। ବିଜୁଳି ସଂଯୋଗ ମନ୍ଥର ଗତିରେ ଚାଲିଛି। ପ୍ରଶାସନର ତତ୍ପରତା ଅଭାବ ପ୍ରତିବାଦରେ ଆଜି ଏକ ୭ ଦଫା ସମ୍ବଳିତ ଦାବିପତ୍ର ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏସ୍.ୟୁ.ସି.ଆଇ.(ସି) ବାରଙ୍ଗ ଆଞ୍ଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏସ୍.ୟୁ.ସି.ଆଇ.(ସି) କଟକ ଜିଲ୍ଲା କମିଟିର ସମ୍ପାଦକ ବିଶ୍ୱାବସୁ ଦାସ, ଜିଲ୍ଲା କମିଟି ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ଆଞ୍ଚଳିକ କମିଟି ସଦସ୍ୟ ଅଶୋକ ବେହେରା, ଟିକା ସାମଲ, ଅଭିରାମ ବେହେରା, ଆଇନଜିବୀ ଅରବିନ୍ଦ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା, ସନ୍ତୋଷ ଓଝା, ରାଜେଶ ରାଉତ, କାଳନ୍ଦୀ ବେଉରା ପ୍ରମୁଖ ଯୋଗ ଦେଇଥିଲେ।
ରିଲିଫ, ସହାୟତା ଓ ପୁନର୍ବାସ ଦାବିରେ ବାରଙ୍ଗରେ ବିକ୍ଷୋଭ
/sambad/media/post_attachments/wp-content/uploads/2019/05/SUCIC071543.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)