କଟକ: କଟକ ନେତାଜୀ ବସ ଟର୍ମିନାଲର ପିଛା ଛାଡ଼ୁନି ବିବାଦ। ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ରକଳ୍ପର ଲୋକାର୍ପିତ ତାରିଖ ପାଖେଇ ଆସୁଥିଲା ବେଳେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସୁଛି। ପୂର୍ବରୁ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପାଇଁ ବିବାଦ ମୁଣ୍ଡ ଟେକିଥିଲାବେଳେ ବର୍ତ୍ତମାନ ସରକାରୀ ବସଷ୍ଟାଣ୍ଡରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ବର୍ତ୍ତମାନ ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡରେ ୧୪୭ ଜଣ ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀ ଓ ୫ଶହରୁ ଉର୍ଦ୍ଧ୍ବ ବ୍ୟବସାୟୀ ବର୍ଷ ବର୍ଷ ଧରି ଏଠାରେ ବ୍ୟବସାୟ କରି ଆସୁଛନ୍ତି। ହେଲେ ଆସନ୍ତା ୧୬ ତାରିଖରେ ଏହି ବସ ଟର୍ମିନାଲ ଉଦଘାଟନ ହେବାକୁ ଥିଲାବେଳେ ଏହି ତମାମ୍ ବ୍ୟବସାୟୀଙ୍କ କଥା ଏଯାବତ କର୍ଣ୍ଣପାତ କରିନାହିଁ ସିଡିଏ କି ମହାନଗର ନିଗମ। ତେବେ ଏପରି ସ୍ଥଳେ ଆସନ୍ତାକାଲି ବୁଧବାରଠାରୁ ସରକାରୀ ବସଷ୍ଟାଣ୍ଡରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ସମସ୍ତ ବ୍ୟବସାୟୀ। ଉଦଘାଟନ ଦିବସରେ ହଜାର ହଜାର ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ବାଦାମବାଡ଼ି ବ୍ୟବସାୟୀ ମହାସଂଘ ଆବାହକ ମହମ୍ମଦ ସକିଲ।
ବୁଧବାରଠାରୁ ସରକାରୀ ବସଷ୍ଟାଣ୍ଡରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣା ଦେବେ ସରକାରୀ ବସଷ୍ଟାଣ୍ଡର ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀ
ସାମ୍ବାଦିକ ସମ୍ମିଳନୀରେ ବାଦାମବାଡ଼ି ବ୍ୟବସାୟୀ ମହାସଂଘର ନିଷ୍ପତି
/sambad/media/post_attachments/wp-content/uploads/2023/09/VideoCapture_20230912-202613.jpg)