କଟକ : କ୍ୟୁ ନେଟ୍ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଜାମିନ କଟକ ସ୍ବତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ସଂସ୍ଥାର ପ୍ରମୋଟର ତଥା ସିନିୟର ପାର୍ଟନର୍ ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ ଓ ଚନ୍ଦନ ମହାଳିକଙ୍କ ଜାମିନ ଆବେଦନ ଉପରେ ବିଚାର କରି ସ୍ବତନ୍ତ୍ର ଅଦାଲତ ଏହାକୁ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ୫ ବର୍ଷ ତଳେ କ୍ୟୁ ନେଟ୍ ଓଡିଶାରେ ଶାଖା ଖୋଲି କାୟା ବିସ୍ତାର କରିବା ସହ ପ୍ରାୟ ୫୦ କୋଟି ଟଙ୍କା ଠକେଇ କରିବା ନେଇ ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଚଢ଼ଉ କରି ସଂସ୍ଥାର ପ୍ରମୋଟର ତଥା ସିନିୟର ପାର୍ଟନର ବ୍ରହ୍ମେଶ୍ୱରପାଟଣାର ଶ୍ରୀ ପରିଡାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
କ୍ୟୁ ନେଟ୍ ଠକେଇ: ସ୍ବତନ୍ତ୍ର ଅଦାଲତରେ ତିନି ଅଭିଯୁକ୍ତଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2019/09/Court-Judgment-784x441.jpg)